CrimeLatestNews

୯ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ ଆର.ଆଇ

ଭଦ୍ରକ (ସଂକେତ ଟିଭି): ୯ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଭଦ୍ରକ ଜିଲ୍ଲା ବନ୍ତ ତହସିଲ ଅଧିନ କେନ୍ଦୁଆପଦା ଆରଆଇ ଶରତ କୁମାର ଜେନା । ଜମିର କିସମ ପରିବର୍ତ୍ତନ ଲାଗି ଆବେଦନ କରିଥିବା ଜଣେ ବ୍ୟକ୍ତିଙ୍କ ଠାରୁ ସେ ଏହି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି।

ସୂଚନା ଅନୁସାରେ, କେନ୍ଦୁଆପଦା ରାଜସ୍ୱ ସର୍କଲ ଆର.ଆଇ ଶରତ ଜେନା ଅଣ୍ଢେଇପଲି ଖାନବାଡ଼ି ଅଞ୍ଚଳର ପ୍ରଶାନ୍ତ ଜେନାଙ୍କୁ ତାଙ୍କ ପୈତୃକ ଜମିର କିସମ ପରିବର୍ତ୍ତନ ଲାଗି ତଦନ୍ତ ରିପୋର୍ଟ ବାବଦକୁ ୯ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଆଜି ଏହି ଲାଞ୍ଚ ଟଙ୍କା ଗ୍ରହଣ କରୁଥିଲେ। ଏ ସମ୍ପର୍କରେ ପୂର୍ବରୁ ପ୍ରଶାନ୍ତ ବାଲେଶ୍ୱର ଭିଜିଲାନ୍ସ ଏସପିଙ୍କ ସହ ଯୋଗାଯୋଗ କରିଥିଲେ । ଆଜି ଭଦ୍ରକ ତହସିଲଦାରଙ୍କ ଠାରେ ଉକ୍ତ କିସମ ପରିବର୍ତ୍ତନ ରିପୋର୍ଟ ଦାଖଲ ଲାଗି ଆର.ଆଇ ତାଙ୍କ କାର୍ଯ୍ୟାଳୟରେ ୯ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ମାଡି ବସିଥିଲା ।