FeaturedLatestNewsPolitics

ଜାନୁଆରୀ ୨୩ ତାରିଖରୁ ବିଜେଡି ପରିବାର ସମ୍ପର୍କ ଅଭିଯାନ

ଭୁବନେଶ୍ବର (ସଂକେତ ଟିଭି): ଜାନୁଆରୀ ୨୩ ତାରିଖରୁ ବିଜେଡି ପରିବାର ସମ୍ପର୍କ ଅଭିଯାନ କରିବ । ଜାନୁଆରୀ ୨୩ ତାରିଖରୁ ନେତାଜୀ ଜୟନ୍ତୀରୁ ମାର୍ଚ୍ଚ ୫ ତାରିଖ ବିଜୁ ଜୟନ୍ତୀ ଯାଏଁ ପରିବାର ସମ୍ପର୍କ ଅଭିଯାନ ଚାଲିବ । ଘରେ ଘରେ ପହଞ୍ଚିବ ବିଜେଡି । ଲିଫ୍‌ଲେଟ୍ ମାଧ୍ୟମରେ କ୍ୟାମ୍ପେନ, ନବୀନ ସରକାରଙ୍କ ସଫଳତା ଘରେ ଘରେ ପହଞ୍ଚାଇବାକୁ କାର୍ଯ୍ୟକ୍ରମ ହେବ । ଏହାକୁ ସ୍ଥାନୀୟ ନେତୃତ୍ୱ ଅନୁପାଳନ କରିବେ । ଜିଲ୍ଲା ପର୍ଯ୍ୟବେକ୍ଷକ ଏହାକୁ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି ।

ପ୍ରତିବର୍ଷ ପରି ଗତ ବର୍ଷ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଜୟପ୍ରକାଶ ନାରାୟଣ ଜୟନ୍ତୀ ଯାଏଁ ପଦଯାତ୍ରା ହୋଇଥିଲା । ତା ପରେ ପ୍ରତି ନିର୍ବାଚନ ମଣ୍ଡଳୀର ୨୦୦ ପ୍ରତିନିଧିଙ୍କୁ ଶଙ୍ଖ ଭବନରେ ବିଭିନ୍ନ ପ୍ରସଙ୍ଗରେ ଟ୍ରେନିଂ ଦିଆଯାଇଥିଲା । ଡ଼ିସେମ୍ବର ୨୫ ସୁଦ୍ଧା ଜୋନ୍ ସ୍ତରୀୟ ଟ୍ରେନିଂ ସମ୍ପୂର୍ଣ୍ଣ ହୋଇଛି । ଡ଼ିସେମ୍ବର ୨୬ ତାରିଖରେ ବିଜେଡି ପ୍ରତିଷ୍ଠା ଦିବସ ପାଳିଥିଲା ।

ସମ୍ଭବତଃ ଫେବ୍ରୁଆରୀ ଶେଷ ସପ୍ତାହ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହରେ ନିର୍ବାଚନ ଘୋଷଣା ହୋଇପାରେ । ଏହା ପୂର୍ବରୁ ବିଜେଡି ରାଜ୍ୟବ୍ୟାପୀ ଭୋଟରଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି ।