CulturalFeaturedGeneralLatest

ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା

ଅଯୋଧ୍ୟା (ସଂକେତ ଟିଭି): ଅଯୋଧ୍ୟାରେ ଥିବା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଏହା ସମ୍ପନ୍ନ ହୋଇଛି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରତିମୂର୍ତ୍ତିର ଆଖିରେ ବନ୍ଦା ଯାଇଥିବା କପଡ଼ାକୁ ଖୋଲାଯାଇଥିଲା । ଏହାପରେ ସମସ୍ତେ ଭଗବାନ ରାମଙ୍କ ଦିବ୍ୟ ଦର୍ଶନ କରିଛନ୍ତି । ଆକାଶରୁ ପ୍ରାୟ ୩ ମିନିଟ୍ ଯାଏ ପୁଷ୍କ ବର୍ଷା ହୋଇଥିଲା । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୮୪ସେକେଣ୍ଡର ଶୁଭ ସମୟ ୧୨ଟା ୨ରୁ ଆରମ୍ଭ ହୋଇ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ପର୍ଯ୍ୟନ୍ତ ଚାଲିଲା। ଦେଶ ତଥା ବିଦେଶର ବହୁ ବଡ ବ୍ୟକ୍ତିତ୍ୱ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଆରଏସଏସ ପ୍ରମୁଖ ମହୋନ ଭାଗବତ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦିବେନ ପଟେଲ, ଶ୍ରୀରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହନ୍ତ ନୃତ୍ୟଗୋପାଳ ଗାସ, ଅନିଲ ମିଶ୍ର ଏବଂ ଡୋମରାଜା ଉପସ୍ଥିତ ଥିଲେ । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ପୂରା ଆୟୋଜନ ବିଧି-ବିଧାନ ସହ ପଣ୍ଡିତ ଲକ୍ଷ୍ମୀକାନ୍ତ ଏବଂ ତାଙ୍କ ସହ ୧୨୧ ଜଣ ଅନ୍ୟ ପୂଜାରୀ କରିଥିଲେ ।

ସୂଚନା ଅନୁସାରେ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ଦୃଷ୍ଟିରେ ରଖି ସମଗ୍ର ଅଯୋଧ୍ୟା ସହରକୁ ଫୁଲ ଏବଂ ସ୍ବତନ୍ତ୍ର ଆଲୋକରେ ସଜାଯାଇଛି। ଏହା ସହିତ ସମଗ୍ର ସହର ଧାର୍ମିକ ଉତ୍ସାହରେ ପରିପୂର୍ଣ୍ଣ। ସହରର ବିଭିନ୍ନ ସ୍ଥାନରେ ଧନୁ ଏବଂ ତୀରର କଟଆଉଟ ଲଗାଯାଇଛି। ଫ୍ଲାଏ ଓଭରରେ ଥିବା ଷ୍ଟ୍ରିଟ ଲାଇଟ ଗୁଡିକ ପ୍ରଭୁ ରାମଙ୍କ କଳାକୃତି ସହିତ ସଜାଯାଇଛି।

ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସହିତ ଅଯୋଧ୍ୟା ସମେତ ସମଗ୍ର ଦେଶ ରାମମୟ ପାଲଟିଛି। ଧାର୍ମିକ ସହର ଅଯୋଧ୍ୟାରେ ଅନେକ ସ୍ଥାନରେ ରାମଲିଲା ମଞ୍ଚସ୍ଥ ହୋଇଛି। ମନ୍ଦିରରେ ଭାଗବତ କାହାଣୀ, ଭଜନ ସା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଛି। ଜୟ ଶ୍ରୀ ରାମଙ୍କୁ ଚିତ୍ରିତ ଫୁଲ ସାଜସଜ୍ଜା ଏବଂ ଆଲୋକ ଅଯୋଧ୍ୟା ସହରର ମୁଖ୍ୟ ଫାଟକର ସୌନ୍ଦର୍ଯ୍ୟ ବଢାଉଛି।