LatestNewsPolitics

୩ ବରିଷ୍ଠ ନେତାଙ୍କ ଉପରୁ ଉଠିଲା ନିଲମ୍ବନ

ଭୁବନେଶ୍ୱର (ସଂକେତ ଟିଭି): ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ, ଚିରଞ୍ଜୀବ ବିଶ୍ବାଳ ଓ କୃଷ୍ଣଚନ୍ଦ୍ର ସଗରିଆଙ୍କ ଉପରୁ କଂଗ୍ରେସ ନିଲମ୍ବନ ଆଦେଶ ଉଠାଇଛି। ଏନେଇ କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ମେ’ ୮ ତାରିଖରେ ଭୁବନେଶ୍ୱରରେ ମହମ୍ମଦ ମୋକିମଙ୍କ ଅଧ୍ୟକ୍ଷତାରେ ଆୟୋଜିତ ‘ଜାନକୀ-ବସନ୍ତଙ୍କ ଯୋଡି: କଂଗ୍ରେସର ସୁବର୍ଣ୍ଣ ଯୁଗ’ ଶୀର୍ଷକରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଦୁଇ ନେତାଙ୍କ ବୟାନକୁ ନେଇ ବିବାଦ ହୋଇଥିଲା। ଯେଉଁଥି ପାଇଁ AICC ଶୃଙ୍ଖଳା କମିଟି ଉଭୟଙ୍କୁ ନିଲମ୍ବନ କରିଥିଲା। ୧୫ଜୁଲାଇ ୨୦୨୩ରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ବାଳଙ୍କୁ ଦଳ ନିଲମ୍ବନ କରିଥିଲା।

ସେହିପରି, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ କୋରାପୁଟ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ଜାନୁଆରୀ ୧୯, ୨୦୧୯ ଦଳ ନିଲମ୍ବନ କରିଥିଲା। ଆଗକୁ ନିର୍ବାଚନ ଥିବାରୁ ଦଳ ବରିଷ୍ଠ ନେତା କୃଷ୍ଣ ଚନ୍ଦ୍ର ସଗରିଆଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହର କରିଛି। କିନ୍ତୁ ଶ୍ରୀକାନ୍ତ ଜେନାଙ୍କ ଉପରୁ ନିଲମ୍ବନ ହଟିନି।