FeaturedLatestNewsPolitics

ଓଡିଶାରେ ବିଜେଡି-ବିଜେପିର ଲଭ୍ ମ୍ୟାରେଜ୍ ହୋଇଛି : ଖଡଗେ

ଭୁବନେଶ୍ବର (ସଂକେତ ଟିଭି): ବିଜୁ ପଟ୍ଟନାୟକଙ୍କ ସହ ନେହେରୁଙ୍କ ଘନିଷ୍ଠ ସମ୍ପର୍କ ଥିଲା । ସେବେର ବିଜୁ ପଟ୍ଟନାୟକ ଓ ଆଜିର ପଟ୍ଟନାୟକ ଭିତରେ ବହୁତ ଫରକ ଅଛି । ବିଜେପି-ବିଜେଡି ଲଭ୍ ମ୍ୟାରେଜ ହୋଇଛି । ଭୁବନେଶ୍ବରରେ ଅନୁଷ୍ଠିତ କଂଗ୍ରେସର ଓଡିଶା ବଞ୍ଚାଅ ସମାବେଶରେ ଯୋଗ ଦେଇ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହା କହିଛନ୍ତି ।

ସେ କହିଛନ୍ତି ପାରାଦ୍ବୀପ ବନ୍ଦର ସହ ରାଉରକେଲା ଷ୍ଟିଲ ପ୍ଲାଣ୍ଟ କଂଗ୍ରେସ କରିଛି। ମଂଚେଶ୍ୱରରେ ରେଳ କୋଚ କଂଗ୍ରେସ ସରକାରରେ ହୋଇଛି । ସେହିପରି ଖଡ଼ଗେ ପ୍ରଶ୍ନ କରିଛନ୍ତି ଯେ ନବୀନ ପଟ୍ଟନାୟକ ଓ ମୋଦୀ ଓଡ଼ିଶାରେ କଣ କରିଛନ୍ତି ।
ସେପଟେ ରାଜ୍ୟ ସରକାରଙ୍କୁ ଖଡ଼ଗେ ଟାର୍ଗେଟ୍ କରିଛନ୍ତି । ଓଡିଶାରୁ ବହୁତ ଯୁବକ ଚାକିରି ପାଇଁ ବାହାରକୁ ଯାଉଛନ୍ତି । ୩୫ ପ୍ରତିଶତ ଜଳ ସେଚନ କଥା ପଟ୍ଟନାୟକ କହିଥିଲେ ହେଲେ କ’ଣ ହେଲା । ୩୧୪ ବ୍ଲକ୍‌ରେ ଶୀତଳ ଭଣ୍ଡାର କଥା କହିଥିଲେ ହେଇଛି କି ବୋଲି ପ୍ରଶ୍ନ କରିଛନ୍ତି ଖଡ଼ଗେ ।

ଓଡିଶାରେ ୧୦୦୦ ପଦବୀ ଖାଲି ପଡିଛି । ୪୫ ଲକ୍ଷ ଲୋକ ବେରୋଜଗାର ଅଛନ୍ତି । ୨୦ ହଜାର କୋଟି ଚିଟଫଣ୍ଡରେ ଯାଇଛି । ଆପଣ ଭାବନ୍ତୁ ଗରିବକୁ ଶୋଷଣ କରୁଥିବା ଏମାନଙ୍କୁ ଆଉ ମଜଭୂତ କରିବେ କି ? ଦେଶରେ ଜଣେ ଦୁଇ ଜଣ ଗଲେ ଗଠବନ୍ଧନ ଦୁର୍ବଳ ହେବନି । ଆମେ ନିଶ୍ଚୟ ସରକାରକୁ ଫେରିବୁ ବୋଲି ଖଡଗେ କହିଛନ୍ତି ।

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ମୋଦୀ ଆଉ ଥରେ ଆସିଲେ ନିର୍ବାଚନ ଆଉ କରେଇ ଦେବେନି ଦେଶରେ ରୁଷିଆର ପୁଟିନ ଭଳି ନିର୍ବାଚନ ହେବ । ଲୋକ ଚାହିଁଲେ ଗଣତନ୍ତ୍ର ବଞ୍ଚିବ । ଏହି ସମାବେଶରେ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଡକ୍ଟର ଅଜୟ କୁମାରଙ୍କ ସମେତ ଓଡ଼ିଶା କଂଗ୍ରେସର ସମସ୍ତ ବିଧାୟକ ଓ ବରିଷ୍ଠ ନେତାମାନେ ସମାବେଶରେ ଉପସ୍ଥିତ ଥିଲେ।