FeaturedGeneralLatestPolitics

ଜେଲ୍ ଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ

ରାଞ୍ଚି (ସଂକେତ ଟିଭି): ଜମି ଦୁର୍ନୀତି ଓ ମନି ଲଣ୍ଡ୍ରିଂ ମାମଲାରେ ଗିରଫ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଜେଲ୍ ଯାଇଛନ୍ତି। ତାଙ୍କୁ ଗତକାଲି ଗତକାଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦ୍ଵାରା ଗିରଫ କରିଥିଲା । ତାଙ୍କୁ ଦିନକ ପାଇଁ ହେମନ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠା ଯାଇଛି। ଅଧିକ ପଚରାଉଚୁରା ପାଇଁ ଇଡି ୧୦ ଦିନ ରିମାଣ୍ଡରେ ନେବାକୁ କୋର୍ଟରେ ଦାବି କରିଛି । ଆସନ୍ତାକାଲି ଇଡି ରିମାଣ୍ଡର ଆବେଦନ ଉପରେ ଶୁଣାଣି ହେବ। ଫଳରେ ଆଜି ରାତି ହେମନ୍ତଙ୍କୁ ଜେଲ୍‌ରେ କାଟିବାକୁ ପଡ଼ିବ।

ସୂଚନା ଅନୁସାରେ, ଗତକାଲି ଦୀର୍ଘ ୭ ଘଣ୍ଟାର ପଚରା ଉଚୁରା ପରେ ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିଥିଲା। ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ତେବେ ଇଡିର ରିମାଣ୍ଡ ଆବେଦନ ଉପରେ ଆସନ୍ତାକାଲି ଶୁଣାଣି ଥିବାରୁ କୋର୍ଟ ହେମନ୍ତ ସୋରେନଙ୍କୁ ଦିନକ ପାଇଁ ହୋଟଓ୍ଵାର ଜେଲ୍ ପଠାଯାଇଛି। ସେଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅପର ଡିଭିଜନ ସେଲ୍‌ରେ ରହିବେ। ଗିରଫଦାରି ବିରୋଧରେ ସୁପ୍ରିମକୋର୍ଟରେ ମଧ୍ୟ ଆବଦନ ହୋଇଛି । ଆସନ୍ତାକାଲି ସୁପ୍ରିମକୋର୍ଟରେ ବି ଶୁଣାଣି ହୋଇପାରେ ।

ଏହା ପୂର୍ବରୁ ସୋରେନ ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ବରିଷ୍ଠ ନେତା ଚମ୍ପାଇ ସୋରେନଙ୍କୁ ବିରୋଧୀ ଦଳ ନେତା ଭାବେ ଚୟନ କରିଛନ୍ତି। ଏହି କ୍ରମରେ ଗୁରୁବାର ଚମ୍ପାଇ ସୋରେନଙ୍କ ସହିତ ପାଞ୍ଚ ବିଧାୟକଙ୍କ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟିଛନ୍ତି।