CrimeLatestNews

ପ୍ଲଟ୍-ଫ୍ଲାଟ୍ ଦେବା ନାଁରେ ୪କୋଟି ଟଙ୍କା ଠକି ବିଲଡର କମ୍ପାନୀର ଏମଡି ଗିରଫ

ଭୁବନେଶ୍ବର (ସଂକେତ ଟିଭି): ପ୍ଲଟ୍ ଏବଂ ଫ୍ଲାଟ୍ ଦେବା ନାଁରେ ୪ କୋଟି ଟଙ୍କା ଠକେଇ ଅଭିଯୋଗରେ ବିଲ୍ଡର କମ୍ପାନୀ GLF ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ଼ର ଏମ୍ଡି ଦୀପକ କୁମାର ଛୋଟରାୟ ଗିରଫ ହୋଇଛନ୍ତି । ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ଦୀପକକୁ ଭୁବନେଶ୍ୱରରୁ ଇଓଡବ୍ଲୁ ଗିରଫ କରିଛି ।

ଦୀପକ ୩୫ଜଣଙ୍କୁ ଠକେଇ କରିଥିବା ଇଓଡବ୍ଲୁରେ ଅଭିଯୋଗ ହୋଇଥିଲା । ଦୀପକ ଛୋଟରାୟ ପାତ୍ରପଡାରେ ପ୍ରଥମେ ପ୍ଲଟ୍ ଦେବାକୁ କହି ଟଙ୍କା ନେଇଥିଲେ । ପରେ ସମ୍ପୃକ୍ତ ଅଞ୍ଚଳରେ ପ୍ଲଟ୍ ଦେବା ସମ୍ଭବ ହେଉନଥିବା ଦର୍ଶାଇ ଗାଡ଼କଣରେ ଫ୍ଲାଟ୍ ଦେବାକୁ ପ୍ରତିଶୃତି ଦେଇଥିଲେ । ୨୦୧୬ରୁ ୧୯ ମଧ୍ୟରେ ଫ୍ଲାଟ୍ ଯୋଗାଇ ଦେବାକୁ କହି ୩୫ଜଣଙ୍କ ଠାରୁ ୧୨ ଲକ୍ଷ ଟଙ୍କା ଲେଖାଏଁ ନେଇଥିଲେ । ପରେ କିନ୍ତୁ ଜମି ଓ ଘର ଦେବାରେ ବିଫଳ ହୋଇଥିଲା ସଂସ୍ଥା। ଶେଷରେ ଠକେଇ ନେଇ EOW ରେ ଦ୍ୱାରସ୍ଥ ହୋଇଥିଲେ କ୍ଷତିଗସ୍ତ। ଅଭିଯୋଗ ଆଧାରରେ ଠକ ବିଲ୍ଡରଙ୍କୁ ଇଓଡବ୍ଲୁ ଗିରଫ କରିଛି ।