FeaturedLatestNews

ଡାକ ସେବକ ପରୀକ୍ଷାରେ ଜାଲଆତି: ଓଡ଼ିଶାର ୬୭ଟି ସ୍ଥାନରେ ସିବିଆଇ ଚଢାଉ

ଭୁବନେଶ୍ୱର (ସଂକେତ ଟିଭି): ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ସାର୍ଟିଫିକେଟ ଜାଲ ନେଇ ରାଜ୍ୟର ବିଭିନ୍ନ ଜିଲାରେ ସିବିଆଇ ଚଢାଉ ହୋଇଛି। ଏନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଗୁରୁବାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। କଳାହାଣ୍ଡି, ନୂଆପଡା, ମୟୂରଭଞ୍ଜ, ବାଲେଶ୍ୱର, ରାୟଗଡା, କନ୍ଧମାଳ, କେନ୍ଦୁଝର, ଭଦ୍ରକ, ନବରଙ୍ଗପୁରର ମୋଟ ୬୭ଟି ସ୍ଥାନରେ ଚଢାଉ ଜାରି ରହିଛି।

ରେଡରେ ସିବିଆଇର ୧୨୨ ଅଫିସରଙ୍କ ସହ ୨୦୪ ଅଫିସର ସାମିଲ ହୋଇଛନ୍ତି। ପୋଷ୍ଟାଲ ସର୍ଭିସ ନିର୍ଦ୍ଦେଶକଙ୍କ ପକ୍ଷରୁ ସିବିଆଇରେ ଅଭିଯୋଗ ହୋଇଥିଲା। ପ୍ରାର୍ଥୀଙ୍କ ଭିତରୁ ୬୩ ଜଣ ଜାଲ ସାର୍ଟିଫିକେଟ ଦେଇଥିବା ଅଭିଯୋଗ ଥିଲା । ଏଥିରେ ୬୩ଜଣ ପରିକ୍ଷାର୍ଥୀ ଓ ଡାକ ବିଭାଗର କିଛି ଅଜ୍ଞାତ ଅଧିକାରୀଙ୍କ ନାମରେ ମାମଲା ରୁଜୁ ହୋଇଛି। ଆନ୍ତଃରାଜ୍ୟ ଗ୍ୟାଙ୍ଗ ଜାଲ ସାର୍ଟିଫିକେଟ ଯୋଗାଇ ଥିବା ନେଇ ସୂଚନା ମିଳିଛି। ଏହି ଘଟଣାରେ ୨୦୨୩ ମେ ୯ତାରିଖରେ ମାମଲା ଦାୟର କରିଥିଲା ସିବିଆଇ। ୧୩୮୨ ପଦବୀ ପାଇଁ ୨୭ ଜାନୁଆରୀ ୨୦୨୩ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।