ରାଜ୍ୟ ଅତିଥି ଭବନ ହେଲା ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ
ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟ ଅତିଥି ଭବନ ଏବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ପାଲଟିଛି। ଆଉ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଆବାଧରେ ଭେଟିଲେ ଅଫିସର ଏବଂ ନେତା ।
ଅତିଥି ଭବନର ପ୍ରଥମ ମହଲାକୁ ଏଥିଲାଗି ପ୍ରସ୍ତୁତ କରାଯାଇଛି। ପୁରୀରୁ ଫେରିବା ପରେ ନୂଆ ମୁଖ୍ୟମନ୍ତ୍ରୀ ଅତିଥି ଭବନରେ ପହଞ୍ଚିଛନ୍ତି। ସେ ସେଠାରେ ଏକ ବୈଠକ କରିଛନ୍ତି। ସରକାରୀ ଅଧିକାରୀମାନଙ୍କୁ ଡାକି ସେମାନଙ୍କ ସହ ଆଲୋଚନା କରିଛନ୍ତି। ପ୍ରଥମେ ନଗର ଉନ୍ନୟନ ସଚିବ ଜି. ମାଥିଭାଥନନଙ୍କ ସହ ଆଲୋଚନା କରୁଛନ୍ତି । ବିଧାନସଭା ସଚିବ ଦାଶରଥୀ ଶତପଥୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ।
ତେବେ ଦୀର୍ଘ ୨୫ ବର୍ଷ ଧରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଘରୁ ହିଁ ଶାସନ ଚଳାଇ ଆସୁଥିଲେ। ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କର କୌଣସି ନିର୍ଦିଷ୍ଟ ବଙ୍ଗଳା ତଥା କାର୍ଯ୍ୟାଳୟ ନାହିଁ। ଦୀର୍ଘ ୨୪ ବର୍ଷ ଧରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଘର ନବୀନ ନିବାସରୁ ହିଁ ରାଜ୍ୟ ଶାସନ ଚଳାଇ ଆସୁଥିଲେ। ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପାଇଁ ଘର ଖୋଜା ଚାଲିଛି। ନୂଆ କାର୍ଯ୍ୟାଳୟ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ରାଜ୍ୟ ଅତିଥି ଭବନର ପ୍ରଥମ ମହଲାରେ ହିଁ ସିଏମଓ କାର୍ଯ୍ୟ ଚାଲିବ।