LatestNews

କାମଚଳା ବାଚସ୍ପତି ହେଲେ ରଣେନ୍ଦ୍ର ପ୍ରତାପ ସ୍ବାଇଁ

ଭୁବନେଶ୍ବର (ସଂକେତ ଟିଭି): ୮ ଥରର ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓରଫ ରାଜା ସ୍ବାଇଁ ନୂଆ ସରକାରର କାମଚଳା ବାଚସ୍ପତି ନିଯୁକ୍ତ କରାଯାଇଛି । ରାଜ୍ୟପାଳ ରଘୁବର ଦାସ ତାଙ୍କୁ ଶପଥ ପାଠ କରାଇଛନ୍ତି । କାମଚଳା ବାଚସ୍ପତିର ଦାୟିତ୍ବ ଗ୍ରହଣ କରିବା ପରେ ଆଗାମୀ ଜୁନ୍ ୧୭ ଓ ୧୮ ତାରିଖରେ ରାଜା ସ୍ବାଇଁ ନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ । ଏହାପରେ ସେ ବିଧାୟକଙ୍କୁ ଶପଥ ପାଠ କରାଇବା ସହ ବାଚସ୍ପତି ନିର୍ବାଚନ ମଧ୍ୟ ପରିଚାଳନା ମଧ୍ୟ କରିବେ।

ନୂଆ ବିଧାନସଭାର ବାଚସ୍ପତି ନିର୍ବାଚନ ପାଇଁ ଜୁନ୍ ୧୯ ତାରିଖରେ ନାମାଙ୍କନ ପତ୍ର ଦାଖଲ ହେବାକୁ ଥିବା ବେଳେ ଜୁନ୍ ୨୦ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ରଣପୁରର ବିଜେପି ବିଧାୟକ ସୁରମା ପାଢ଼ୀ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ପ୍ରାର୍ଥୀ ହେବାକୁ ଯାଉଛନ୍ତି।