FeaturedLatestNews

ଜୁଲାଇରୁ ଲାଗୁ ହେବ ହେବ ନୂଆ ପୁଲିସ ଆଇନ, ହଟିଯିବ ଆଇପିସି, ସିଆରପିସି

ଭୁବନେଶ୍ୱର (ସଂକେତ ଟିଭି): ନୂଆ ପୋଲିସ ଆଇନ ଜୁଲାଇ ୨, ୨୦୨୪ରୁ ସାରା ଦେଶରେ ଲାଗୁ ହେବ । ୧୮୬୦ ମସିହାରୁ ଚାଲିଥିବା ବ୍ରିଟିଶ ନିୟମ ଖୁବଶୀଘ୍ର ଉଠିଯିବ। ଏ ନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସହିତ ପୋଲିସ ଡିଜିପି ଅରୁଣ ଷଡଙ୍ଗୀ ଆଲୋଚନା କରିଛନ୍ତି । ନୂଆ ଆଇନର କାର୍ଯ୍ୟକାରିତା ଉପରେ ବୈଠକରେ ଆଲୋଚନା ହୋଇଛି । ନୂଆ ଆଇନ ଆସିବା ପରେ ଆଇପିସି, ସିଆରପିସି ଓ ଏଭିଡେନ୍ସ ଆକ୍ଟକୁ ହଟାଇ ଦିଆଯିବ। ଇଣ୍ଡିଆନ ପେନାଲ କୋଡ୍ ପରିବତ୍ତେ ଆସିବ ଭାରତୀୟ ନ୍ୟାୟ ସଂହିତା। ତେବେ ସବୁ ରାଜ୍ୟର ଡିଜିପି ଭିସି ଦ୍ୱାରା ବୈଠକରେ ସାମିଲ ହୋଇଥିଲେ ।

ଫେବୃଆରୀ ମାସରେ ଏ ନେଇ ନୋଟିଫିକେସନ ଆସିଥିଲା । ଦେଶରୁ ହଟିବ ସିଆରପିସି, ଆଇପିସି ଓ ଏଭିଡ଼େନ୍ସ ଆକ୍ଟ। ଇଣ୍ଡିଆନ୍ ପେନାଲ୍ କୋଡ୍ ପରିବର୍ତ୍ତେ ଆସିବ ଭାରତୀୟ ନ୍ୟାୟ ସଂହିତା କୋଡ୍ ଅଫ୍ କ୍ରିମିନାଲ୍ ପ୍ରୋସିଜିଓର ପରିବର୍ତ୍ତେ ଆସିବ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଇଣ୍ଡିଆନ୍ ଏଭିଡେନ୍ସ୍ ଆକ୍ଟ ପରିବର୍ତ୍ତେ ଆସିବ ଭାରତୀୟ ସାକ୍ଷ୍ୟ ।

ଏଥିରେ ପୂର୍ବରୁ ୫୧୧ଟି ସେକ୍ ସନ୍ ଥିଲା, ଏବେ ୩୫୮ଟି ସେକ୍ ସନ୍ ରହିବ। ୧୭୫ଟି ସେକସନ୍ ସଂଶୋଧନ କରାଯିବ । ପ୍ରାୟ ଦେଢ଼ ଶହ ବର୍ଷ ଧରି ଇଂରେଜ ଅମଳର ପୋଲିସ ଆଇନ ଚାଲି ଆସିଥିଲା । ଏ ନେଇ ନ୍ୟାସନ୍ୟାଲ କ୍ରାଇମ ରେକର୍ଡ ବ୍ୟୁରୋ ଓ ଷ୍ଟେଟ କ୍ରାଇମ ରେକର୍ଡ ବ୍ୟୁରୋ ସହ ମିଳିତ ଆଲୋଚନା ଚାଲିଛି ।

ଏହି ନୂଆ ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ଯାହା ପ୍ରାବଧାନ ରହିଛି ସେ ନେଇ ବରିଷ୍ଠ ଆଇପିଏସ ମାନଙ୍କ ସହ ଆଲୋଚନା କରିଛନ୍ତି ଡିଜିପି । କ୍ରାଇମବ୍ରାଞ୍ଚବ୍ରାଞ୍ଚ ଆଡିସିନାଲ ଡିଜି ଅରୁଣ ବୋଥ୍ରାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି । ଅଡିସିନାଲ ଚିଫ ସେକ୍ରେଟାରୀଙ୍କ ନେତୃତ୍ୱରେ ଏକ ଷ୍ଟିଅରିଂ କମିଟି ଗଠନ ହୋଇଛି । କେନ୍ଦ୍ରର ଗୃହ ସଚିବ ଏ ନେଇ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଡିଜିପି ଭିସିରେ ରହି କାର୍ଯ୍ୟକାରିତା ଦିଗରେ ଅଧିକ ଆଲୋଚନା କରିଛନ୍ତି। ଏ ନେଇ ପୋଲିସ ଅଧିକାରୀ ମାନଙ୍କୁ ତାଲିମ ମଧ୍ୟ ଦିଆଯାଇଛି । ଜୁଲାଇ ୧ ମଧ୍ୟରେ ଯେତିକି କେସ ରୁଜୁ ହୋଇଥିବ ତାହା ପୁରୁଣା ସିଆରପିସି ଅଧୀନରେ ଟ୍ରାଏଲ କରାଯିବ। କିନ୍ତୁ ଏହାପରେ ଭାରତୀୟ ନ୍ୟାୟ ସଂହିତା ମୁତାବକ ବିଚାର କରାଯିବ ବୋଲି ଡିଜିପି ଅରୁଣ ଷଡଙ୍ଗୀ ସୂଚନା ଦେଇଛନ୍ତି ।