FeaturedLatestNews

ଆହୁରି ୩ ଦିନ ରାଜ୍ୟରେ ଜାରି ରହିବ ଗ୍ରୀଷ୍ଣଲହରୀ

ଭୁବନେଶ୍ବର (ସଂକେତ ଟିଭି): ଗ୍ରୀଷ୍ମଲହରି ଆହୁରି ୩ ଦିନ କଲକଲ କରିବ। ପଶ୍ଚିମ ଓଡ଼ିଶାରେ ପ୍ରବଳ ଖରା ହେଉଥିବା ‌ବେଳେ ଉପକୂଳରେ ପ୍ରଚଣ୍ଡ ଗୁଳୁଗୁଳି ହେବ। ପାଣିପାଗ ବିଭାଗ ପକ୍ଷରୁ ଏନେଇ ସତର୍କ ସୂଚନା ଜାରି କରାଯାଇଛି।

ତେବେ ଆସନ୍ତା ୧୯ ତାରିଖଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିପାରେ। କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଆଳକନ କରାଯାଇଛି। ଓଡ଼ିଶାରେ ୪ ଦିନ ପୂର୍ବରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିଥିଲେ ବି ପାଗ ଅନୁକୂଳ ନ ହେବାରୁ ଏହା ଆଗକୁ ଅଗ୍ରସର ହୋଇପାରି ନାହିଁ। ଏପର୍ଯ୍ୟନ୍ତ ରାଜ୍ୟରେ ୪୨ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ରାଜ୍ୟର ୪ଟି ଜିଲ୍ଲାରେ ସ୍ୱାଭାବିକ ଏବଂ ଗୋଟିଏ ସ୍ଥାନରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି। ଆଗାମୀ ୪ ଦିନ ମୌସୁମୀ ଅଗ୍ରସର ନେଇ ସ୍ଥିତି ଅନୁକୁଳ ଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ।