EducationLatestNews

୨୦ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ବଢିଲା

ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ଣପ୍ରବାହକୁ ଦୃଷ୍ଟିରେ ରଙି ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛୁଟି ବଳବତ୍ତର ରଖିଛନ୍ତି ରାଜ୍ୟ ସରକାର। ଏନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୋମବାର ସୂଚନା ଦେଇଛନ୍ତି। ରାଜ୍ୟରେ ଏବେ ବି ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଯାହାକୁ ଦୃଷ୍ଟିରେ ରଖି ଆହୁରି ୩ ଦିନ ସ୍କୁଲ ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ଯେଉଁ ଜିଲାରେ ପାଗ ଅନୁକୂଳ ରହିବ ସେହି ଜିଲାରେ ସକାଳ ୬ଟା ରୁ ୧୦ ଟା ପର୍ଯ୍ୟନ୍ତ ସ୍କୁଲ ଖୋଲା ରହିବା ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।