FeaturedLatestNews

ବାଲେଶ୍ବରରେ ୨ ଗୋଷ୍ଠୀ ମଧ୍ଯରେ ସଂଘର୍ଷ; ୧୪୪ ଧାରା ଜାରି

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱର ସହର ସ୍ଥିତ ଭୁଜାଖିଆ ପୀର ଛକ ନିକଟରେ ଦୁଇ ଗୋଷ୍ଠୀ ମଧ୍ଯରେ ସଂଘର୍ଷ ଘଟିଛି । ଏହି ବହୁ ଯାନବାହନ କ୍ଷତିଗ୍ରସ୍ତର ହୋଇଥିବାବେଳେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଲାଗି ରହିଛି ।

ସୂଚନା ଅନୁସାରେ, ଭୁଜାଖିଆ ପୀର ଛକ ନିକଟ ନାଳ ନାଲି ପାଣି ବୋହୁଥିବାର ଲୋକେ ଦେଖିଛିଲେ । ସ୍ଥାନୀୟ ଗାଁ ତଥା ସୁନହଟ ଅଞ୍ଚଳର ଲୋକେ ନିକଟସ୍ଥ ଏକ ସ୍କୁଲ ପଛପଟେ ଗୋରୁ କଟା ଯାଉଥିବା ନେଇ ସ୍ଥାନୀୟ ଟାଉନ ଥାନାରେ ଜଣାଇଥିଲେ। ଥାନା ଅଧିକାରୀ ଏହାକୁ ଅଣଦେଖା କରିବାରୁ ଉତ୍ତେଜନା ବୃଦ୍ଧି ପାଇଥିଲା। ଇଦ ପର୍ବରେ ଗୋ ହତ୍ୟାକୁ ନେଇ ସ୍ଥାନୀୟ ଲୋକମାନେ ବାଲେଶ୍ବର ସହରରୁ ଚାନ୍ଦିପୁରକୁ ଯୋଗାଯୋଗ କରୁଥିବା ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ। ସେପଟେ ନମାଜ୍ ପଢି ଆସୁଥିବା ମୁସଲମାନଙ୍କ ସହିତ ରାସ୍ତା ଅବରୋଧ କରିଥିବା ଲୋକଙ୍କ ବଚସା ହୋଇଥିଲା । ଏହାପରେ ଉଭୟ ହିନ୍ଦୁ ଓ ମୁସଲମାନ ଲୋକ ଗୋଷ୍ଠୀବଦ୍ଧ ଭାବରେ ଟେକା ପଥର ମାଡ କରିଥିଲେ।

ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବାଲେଶ୍ବର ଏସପି ଏବଂ ପୋଲିସ ଫୋର୍ସ ପହଞ୍ଚି ଉଭୟ ଗୋଷ୍ଠୀର ଲୋକଙ୍କୁ ଘଉଡାଉ ଦେଇଥିଲେ । ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଯୋଗୁ ସ୍ଥିତି ଗମ୍ଭୀର ଥିବା ଜଣାପଡିଛି। ଘଟଣାସ୍ଥଳରେ ୧୪୪ ଧାରା ଜାରି ହୋଇଛି।

ସେପଟେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ବାଲେଶ୍ଵର ଜିଲ୍ଲାପାଳଙ୍କ ସହ ଆଲୋଚନା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୌଣସି ପରିସ୍ଥିତିରେ ଶାନ୍ତି ଶୃଙ୍ଖଳା ବ୍ୟାହତ ହେବାକୁ ଦିଆ ଯିବ ନାହିଁ। ଓଡ଼ିଶା ଏକ ଶାନ୍ତି ପ୍ରିୟ ରାଜ୍ୟ । ଭାଇଚାରା ବଜାୟ ରଖି ସମସ୍ତେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି।