EducationFeaturedLatestNews

ଆଉ ବଢିବନି ଛୁଟି, ସ୍ୱାଭାବିକ ଭାବେ ଖୋଲିବ ବିଦ୍ୟାଳୟ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ପାଗ ବଦଳିଥିବାରୁ ତଥା ମୌସୁମୀ ବର୍ଷା ଆରମ୍ଭ ହୋଇଥିବାରୁ ସୋମବାରଠାରୁ ସାରା ରାଜ୍ୟରେ ସ୍ବାଭାବିକ ହେବ ସ୍କୁଲ । ପୂର୍ବ ଭଳି ସକାଳ ୧୦ଟାରୁ ସ୍କୁଲ ଖୋଲାଯିବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଘୋଷଣା କରିଛନ୍ତି ।

ସେ କହିଛନ୍ତି, ରାଜ୍ୟରେ ପାଣିପାଗ ବଦଳିଛି । ମୌସୁମୀ ବର୍ଷା ସ୍ବାଭାବିକ ହୋଇଥିବାରୁ ସ୍କୁଲ ସ୍ବାଭାବିକ ହେବାରେ କୌଣସି ସମସ୍ୟା ନାହିଁ । ତେଣୁ ଆସନ୍ତାକାଲି ଅର୍ଥାତ ଜୁନ ୨୪ ସୋମବାର ଠାରୁ ସାରା ରାଜ୍ୟରେ ଦିନ ୧୦ଟା ରୁ ଖୋଲିବ ସ୍କୁଲ । ଆଉ ସକାଳୁଆ ସ୍କୁଲ କିମ୍ବା ଛୁଟି ବୃଦ୍ଧି ପାଇବ ନାହିଁ ।

ସୂଚନା ଅନୁସାରେ, ପୂର୍ବରୁ ଭୀଷଣ ଖରା ଏବଂ ପ୍ରବଳ ଗୁଳୁଗୁଳି ପାଇଁ ରାଜ୍ୟ ସରକାର ଛୁଟି ବଢାଇଥିଲେ। କିଛି ଜିଲାରେ ସକାଳୁଆ ସ୍କୁଲ ଓ ଆଉ କିଛି ଜିଲାରେ ଜିଲାପାଳ ଛୁଟିକୁ ବଢାଇଥିଲେ। ତେବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲାପାଳ ସ୍କୁଲ ଖୋଲିବା ସମ୍ବନ୍ଧୀୟ ନିଷ୍ପତ୍ତି ନେଇଥିଲେ।