LatestSports

ଜିମ୍ବାଓ୍ବେ ଗସ୍ତ ପାଇଁ ଭାରତୀୟ ଦଳ ଘୋଷିତ

ମୁମ୍ବାଇ (ସଂକେତ ଟିଭି): ଜିମ୍ବାୱେ ଗସ୍ତ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସୋମବାର ୧୫ ଜଣିଆ ଦଳ ଘୋଷଣା କରିଛି। ଶୁଭମନ ଗିଲ୍ ଏହି ଗସ୍ତରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ। ଭାରତ ଓ ଜିମ୍ବାୱେ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ। ସିରିଜର ପ୍ରଥମ ଟି-୨୦ ମ୍ୟାଚ୍ ଜୁଲାଇ ୬ତାରିଖରେ ହରାରେରେ ଖେଳାଯିବ।

ଶୁଭମନ ଗିଲ୍ (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଋତୁରାଜ ଗାଇକୱାଡ, ଅଭିଷେକ ଶର୍ମା, ରିଙ୍କୁ ସିଂହ, ସଞ୍ଜୁ ସାମସନ (ୱିକେଟ୍ ରକ୍ଷକ), ଧ୍ରୁବ ଜୁରେଲ (ୱିକେଟ୍ ରକ୍ଷକ), ନୀତିଶ ରେଡ୍ଡୀ, ରିଆନ୍ ପରାଗ, ୱାଶିଂଟନ ସୁନ୍ଦର, ରବି ବିଷ୍ନୋଇ, ଆବେଶ ଖାନ୍, ଖଲିଲ ଅହମ୍ମଦ, ମୁକେଶ କୁମାର, ତୁଷାର ଦେଶପାଣ୍ଡେ।