CulturalLatestNews

ରଥଯାତ୍ରାରେ ପ୍ରତି ବ୍ଲକରୁ ପୁରୀକୁ ଗଡ଼ିବ ବସ୍‌

ଭୁବନେଶ୍ବର (ସଂକେତ ଟିଭି): ରଥଯାତ୍ରାରେ ପ୍ରତି ବ୍ଲକରୁ ପୁରୀକୁ ଗଡିବ ବସ୍। ଦେଶର ପ୍ରମୁଖ ଧର୍ମସ୍ଥଳୀକୁ ମଧ୍ୟ ବସ ଚଳାଚଳ ନେଇ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଅଯୋଧ୍ୟା, ବୃନ୍ଦାବନ, ତିରୁପତି, ମହାକାଳେଶ୍ୱର, ବାରଣାସୀକୁ ଓଡ଼ିଶାରୁ ଚାଲିବ ବସ। ରାଜ୍ୟର ବିଭିନ୍ନ ସ୍ଥାନରୁ ଏସବୁ ତୀର୍ଥକ୍ଷେତ୍ରକୁ ଗଡିବ ବସ। ବସ ସେବା ଲୋକଙ୍କୁ ଦିଆଯିବ। ଲକ୍ଷ୍ମୀ ବସ ସମ୍ପର୍କରେ ତର୍ଜମା ଚାଲିଛି। ବସ ସେବା ସମସ୍ତଙ୍କୁ ମିଳିବ। ରାଜ୍ୟର ସବୁ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ କରିବାକୁ ବିଭାଗ ଯୋଜନା କରୁଥିବା ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି ।

ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଆଜି ପରିବହନ ଭବନରେ ବିଭାଗର ସମୀକ୍ଷା କରିଛନ୍ତି । ବିଭାଗୀୟ ସଚିବ, ଓଏସଆରଟିସି ଅଧିକାରୀଙ୍କ ଉପସ୍ଥିତିରେ ଏହି ସମୀକ୍ଷା ହୋଇଛି। ତିନି ଘଣ୍ଟାରୁ ଅଧିକ ସମୟ ଧରି ବିଭାଗୀୟ ଅଧିକାରୀଙ୍କ ସହ ମନ୍ତ୍ରୀ ସମୀକ୍ଷା କରିଛନ୍ତି।

ଏବି ବୈଠକ ପରେ ପରିବହନ ମନ୍ତ୍ରୀ ବିଭୁତି ଜେନା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଲକ୍ଷ୍ମୀ ବସ୍‌ ସେବା ନେଇ ଅଧିକ ତର୍ଜମା ଚାଲିଛି। ଯେଉଁ ସ୍ଥାନରୁ ବସ୍‌ ସେବା ନାହିଁ, ସେ ସ୍ଥାନର ଲୋକେ ସୁବିଧା ପାଇବେ। ଯେଉଁ ନାମରେ ହେଉ ପଛେ ଲୋକଙ୍କୁ ବସ୍‌ ସେବା ଦିଆଯିବ।

ରାଜ୍ୟରେ ଅଧିକରୁ ଅଧିକ ଇଲେକ୍ଟ୍ରିକ ବସ୍‌ ଚାଲିବ। ଲୋକଙ୍କୁ ଅଧିକ ବସ୍‌ ସେବା ପାଇଁ ପ୍ରାରମ୍ଭିକ ଭାବେ ୧୦୦ ବସ କିଣାଯିବ। ରଥଯାତ୍ରାରେ ପ୍ରତି ବ୍ଲକରୁ ପୁରୀକୁ ଗଡ଼ିବ OSRTC ବସ୍‌। ସମସ୍ତ ୩୧୪ ବ୍ଲକରୁ ପୁରୀକୁ ବସ୍‌ ଚାଲିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି।

ଏଥିସହ ଦେଶର ପ୍ରମୁଖ ତୀର୍ଥ ସ୍ଥଳୀକୁ ଓଡ଼ିଶାରୁ ବସ୍‌ ସେବା ଆରମ୍ଭ ହେବ। ଅଯୋଧ୍ୟା, ତିରୁପତି, ମହାକାଳେଶ୍ୱର, ବାରାଣସୀ ଓ ବୃନ୍ଦାବନକୁ ବସ ଗଡ଼ିବ। ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର ଓ ରାଉରକେଲା ଭଳି ପ୍ରମୁଖ ସ୍ଥଳରୁ ଚାଲିବ।