LatestSports

ଟି-୨୦ ବିଶ୍ୱକପ୍: ସେମିଫାଇନାଲ୍‌ ପାଇଁ ୪ ଦଳ ଚୁଡ଼ାନ୍ତ

କିଙ୍ଗଷ୍ଟନ୍ (ସଂକେତ ଟିଭି): ଟି-୨୦ ବିଶ୍ୱକପ୍ ୨୦୨୪ର ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ଭାରତ ଏବଂ ଆଫଗାନିସ୍ତାନ ପ୍ରବେଶ କରିଛନ୍ତି । ଚତୁର୍ଥ ଦଳ ଭାବରେ ଆଫଗାନିସ୍ତାନ ସେମିଫାଇନାଲରେ ପ୍ରବେଶ କରିଛି । ଏହି ସପ୍ତାହରେ ଦୁଇଟି ସେମିଫାଇନାଲ ମ୍ୟାଚ୍ ହେବ।

ଗ୍ରୁପ୍ -୧ ରେ ସେମିଫାଇନାଲରେ ଦ୍ୱିତୀୟ ସ୍ଥାନ ପାଇଁ ଏକ ରୋମାଞ୍ଚକର ମୁକାବିଲା ହୋଇଥିଲା। ଗୋଟିଏ ସ୍ଲଟ୍ ପାଇଁ ତିନି ଦଳ ମଧ୍ୟରେ କଡ଼ା ପ୍ରତିଯୋଗିତା ହୋଇଥିଲା, କିନ୍ତୁ ଆଫଗାନିସ୍ତାନ ଏକ ରୋମାଞ୍ଚକର ମ୍ୟାଚ୍‌ରେ ବାଂଲାଦେଶକୁ ପରାସ୍ତ କରି ଅଷ୍ଟ୍ରେଲିଆକୁ ପ୍ରତିଯୋଗିତାରୁ ବାହାର କରିଛି । ଏଭଳି ପରିସ୍ଥିତିରେ ଏବେ ସେମିଫାଇନାଲର ଚିତ୍ର ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯାଇଛି।

ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ମଧ୍ୟରେ ଜୁନ୍ ୨୭ରେ ତ୍ରିନିଦାଦର ବ୍ରାୟନ୍ ଲାରା ଷ୍ଟାଡିୟମରେ ଖେଳାଯିବ, ଯାହା ଭାରତୀୟ ସମୟ ସକାଳ ୬ ଟାରୁ ଆରମ୍ଭ ହେବ। ସେହି ଦିନ ଦ୍ୱିତୀୟ ସେମିଫାଇନାଲ୍‌ରେ ରାତି ୮ ଟାରେ ଭାରତ ଏବଂ ଇଂଲଣ୍ଡ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ଗୁଇନାର ପ୍ରୋଭିଡେନ୍ସର ଅନୁଷ୍ଠିତ ହେବ ।