FeaturedGeneralLatest

ପୁଣି ଥରେ ଲୋକସଭା ବାଚସ୍ପତି ନିର୍ବାଚିତ ହେଲେ ଓମ୍‌ ବିର୍ଲା

ନୂଆଦିଲ୍ଲୀ(ସଂକେତ ଟିଭି): ବିଜେପି ସାଂସଦ ଓମ୍‌ ବିର୍ଲା ପୁଣି ଥରେ ଲୋକସଭା ବାଚସ୍ପତି ହୋଇଛନ୍ତି। ସେ ବିରୋଧୀ ଇଣ୍ଡିଆ ମେଣ୍ଟର ବାଚସ୍ପତି ପ୍ରାର୍ଥୀ କେ. ସୁରେଶଙ୍କୁ ବାଚନିକ ଭୋଟରେ ହରାଇ ୧୮ତମ ଲୋକସଭାର ବାଚସ୍ପତି ହୋଇଛନ୍ତି ।

ଆଜି ଗୃହକାର୍ଯ୍ୟ ଆରମ୍ଭରୁ ପ୍ରଧାନମନ୍ତ୍ରୀ ମୋଦୀ ଏନଡିଏର ବାଚସ୍ପତି ପ୍ରାର୍ଥୀ ଭାବେ ଓମ୍ ବିର୍ଲାଙ୍କ ନାଁ ପ୍ରସ୍ତାବ ରଖିଥିଲେ । ଯାହାକୁ ଏନଡିଏରେ ଥିବା ସହଯୋଗୀ ଦଳ ସମର୍ଥନ କରିଥିଲେ । ସେହିଭଳି ଇଣ୍ଡିଆ ମେଣ୍ଟ ପକ୍ଷରୁ କେ ସୁରେଶଙ୍କ ନାଁ ବାଚସ୍ପତି ପ୍ରାର୍ଥୀ ଭାବେ ପ୍ରସ୍ତାବ ରଖାଯାଇଥିଲା । ଯାହାକୁ ଇଣ୍ଡିଆ ମେଣ୍ଟରେ ଥିବା ଦଳ ଗୁଡିକ ସମର୍ଥନ ଜଣାଇଥିଲେ । ତେଣୁ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଧ୍ୱନିମତ ସଂଗ୍ରହ କରିଥିଲେ । ଯେଉଁଥିରେ ଓମ୍ ବିର୍ଲା ବିଜୟୀ ହୋଇଥିବା ନେଇ ଗୃହରେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଘୋଷଣା କରିଥିଲେ ।

ସୂଚନାଯୋଗ୍ୟ ଦେଶର ୭୫ ବର୍ଷର ଇତିହାସରେ ୪ର୍ଥ ଓ ୪୮ ବର୍ଷ ପରେ ପୁଣିଥରେ ବାଚସ୍ପତି ନିର୍ବାଚନ ହୋଇଛି। ଏହା ପୂର୍ବରୁ ୧୯୫୨ ମସିହା, ୧୯୬୭ ମସିହା, ୧୯୭୬ ମସିହାରେ ଲୋକସଭାରେ ବିରୋଧୀ ବାଚସ୍ପତି ପ୍ରାର୍ଥୀ ଦେବାରୁ ନିର୍ବାଚନ ଅନିବାର୍ଯ୍ୟ ହୋଇଥିଲା, ଏବେ ୨୦୨୪ରେ ପୁନର୍ବାର ଇତିହାସର ପୁନରାବୃତ୍ତି ହୋଇଛି।

ସେହିପରି ଏହା ପଞ୍ଚମ ଥର ପାଇଁ ହୋଇଛି ଯେ ଜଣେ ବାଚସ୍ପତି ଦୀର୍ଘଦିନ ଧରି ଏହି ପଦବୀରେ ରହିଛନ୍ତି। ଏହା ବ୍ୟତୀତ କଂଗ୍ରେସ ନେତା ବଳରାମ ଜାଖର ଏକମାତ୍ର ଅଧ୍ୟକ୍ଷ ଯିଏକି ସପ୍ତମ ତଥା ଅଷ୍ଟମ ଲୋକ ସଭା ଅଧିବେଶନରେ ଦୁଇଟି କାର୍ଯ୍ୟକାଳ ପୂରଣ କରିଛନ୍ତି। ଏହା ବ୍ୟତୀତ, ଆଜି ପର୍ଯ୍ୟନ୍ତ କେହି ଏହି ଆସନରେ ଦୁଇଟି ସର୍ତ୍ତ ପୂରଣ କରିନାହାଁନ୍ତି ।

ଓମ୍ ବିର୍ଲା ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିଭଳି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଗୃହରେ ଓମ୍ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାହୁଲ କହିଛନ୍ତି, ସରକାରଙ୍କ ପାଖରେ ସଂଖ୍ୟା ରହିଛି, କିନ୍ତୁ ବିରୋଧୀ ମଧ୍ୟ ଭାରତର ଲୋକଙ୍କ ସ୍ବର। ରାହୁଲ କହିଛନ୍ତି, ଗୃହରେ ବିରୋଧୀଙ୍କ ସ୍ବରକୁ ମଧ୍ୟ ଉଠାଇବାକୁ ଦିଆଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଅନ୍ୟପଟେ ଏସପି ସଭାପତି ଅଖିଳେଶ ଯାଦବ ମଧ୍ୟ ଓମ ବିର୍ଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତେବେ ଏହି ସମୟରେ ଅଖିଳେଶ ତାଙ୍କୁ ଟାର୍ଗେଟ କରି କହିଛନ୍ତି, ଆପଣ ବିରୋଧୀ ଦଳଙ୍କ ଉପରେ ସର୍ବଦା ନିୟନ୍ତ୍ରଣ ରଖିଛନ୍ତି, କିନ୍ତୁ ଆମେ ଆଶା କରୁଛୁ ଶାସକ ଦଳର ଏମ୍‌ପିଙ୍କ ଉପରେ ମଧ୍ୟ ଆପଣଙ୍କର ନିୟନ୍ତ୍ରଣ ରହିବ।