GeneralLatestPolitics

ହାତ ମିଳାଇଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ (ସଂକେତ ଟିଭି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାହୁଲ ଗାନ୍ଧୀ ହାତ ମିଳାଇଛନ୍ତି । ନବ ନିର୍ବାଚିତ ବାଚସ୍ପତି ଓମ ବିର୍ଲାଙ୍କୁ ନିଜ ଆସନ ଯାଏଁ ନେଇକି ଯିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାହୁଲ ଗାନ୍ଧି ହାତ ମିଳାଇଥିଲେ ।

ଆଜି ୧୮ତମ ଲୋକ ସଭାର ବାଚସ୍ପତି ଭାବରେ ଓମ ବିର୍ଲା ନିର୍ବାଚିତ ହୋଇଛନ୍ତି। ବାଚସ୍ପତି ଭାବରେ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ମୋଦୀ ବାଚସ୍ପତି ଓମ ବିର୍ଲାଙ୍କ ଆସନ ପାଖକୁ ଆସି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ଏକ ପରମ୍ପରା ଆଗରୁ ଚାଲିଆସୁଛି ଯେ ପ୍ରଧାନମନ୍ତ୍ରୀ ତଥା ବିରୋଧୀଦଳର ନେତା ଲୋକ ସଭା ବାଚସ୍ପତିଙ୍କୁ ନିଜ ଆସନ ଯାଏ ନେଇକି ଯିବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାହୁଲ ଗାନ୍ଧି ହାତ ମିଳାଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ପ୍ରଧାନମନ୍ତ୍ରୀ ମୋଦି ଏବଂ ରାହୁଲ ଗାନ୍ଧୀ ହାତ ମିଳାଇବା ପରେ ଓମ ବିର୍ଲାଙ୍କୁ ବାଚସ୍ପତି ଆସନକୁ ନେଇଥିଲେ। ଏଠାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାହୁଲ ଗାନ୍ଧୀ ପୁଣିଥରେ ଓମ ବିର୍ଲାଙ୍କୁ ଅଭିନନ୍ଦନ ଜଣାଇଥିଲେ।