FeaturedGeneralLatest

ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ ଅସୁସ୍ଥ

ନୂଆଦିଲ୍ଲୀ (ସଂକେତ ଟିଭି): ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ ଅସୁସ୍ଥ ଅବସ୍ଥାରେ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ବାର୍ଦ୍ଧକ୍ୟଜନିତ ରୋଗ କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣା ପଡ଼ିଛି।

ସୂଚନା ଅନୁସାରେ, ୯୬ ବର୍ଷୀୟ ଏଲକେ ଆଡଭାନୀଙ୍କୁ ଏମ୍ସର ଜିରିୟାଟ୍ରିକ ବିଭାଗରେ ଭର୍ତ୍ତି କରାଯାଇଥିଲା। ଏକ ସ୍ଵତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରିଥିଲେ। ତେବେ ଆଡ଼ଭାନୀଙ୍କ ଚିକିତ୍ସା ପରେ ତାଙ୍କୁ ଡାସଚାର୍ଜ କରାଯାଇଥିବା ଜଣାପଡିଛି ।

ଚଳିତ ବର୍ଷ ଦେଶର ସର୍ବୋଚ୍ଚ ନାଗରିକ ଭାରତ ରତ୍ନ ସମ୍ମାନରେ ସମ୍ମାନିତ ହୋଇଥିବା ଆଡଭାନୀ ବୁଧବାର ସନ୍ଧ୍ୟାରେ ସେ ଅସୁସ୍ଥତା ଅନୁଭବ କରିଥିଲେ । ଏହା ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତରମାନେ ତାଙ୍କର ଚିକିତ୍ସା କରୁଥିବା ଜଣାପଡ଼ିଛି ।