CrimeFeaturedLatestNews

ବେଆଇନ କାର୍ଯ୍ୟ ବନ୍ଦ ପାଇଁ ହେବ ହୋଟେଲରେ ଚଢାଉ

ଭୁବନେଶ୍ବର (ସଂକେତ ଟିଭି): କମିଶନରେଟ ପୋଲିସ ଭୁବନେଶ୍ବରର ବିଭିନ୍ନ ହୋଟେଲ ଜୋରଦାର ଚଢାଉ କରିଛି । ଖାରବେଳନଗର , କ୍ୟାପିଟାଲ, ସହିଦନଗର, ଭରତପୁର, ଲକ୍ଷ୍ମୀସାଗର, ବଡଗଡ, ଖଣ୍ଡଗିରି, ଚନ୍ଦ୍ରଶେଖରପୁର, ନୟାପଲ୍ଲୀ ଥାନା ଅଞ୍ଚଲରେ ଥିବା ହୋଟେଲ ଗୁଡ଼ିକରେ ଚଢାଉ ହୋଇଛି ।

ଅଧିକାରୀମାନେ ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କ ରେଜିଷ୍ଟର ଚେକିଂ ବୁକିଂ ଆଦି ସବୁକୁ ଯାଞ୍ଚ କରିଛନ୍ତି । ସେଫ୍ ସିଟି ଡ୍ରାଇଭ୍ ଅଭିଯାନରେ ରାତି ବେଳେ ଏହି ହୋଟେଲ ଗୁଡ଼ିକରେ ଚେକିଂ କରାଯାଇଛି । ସରାଇ ଆପ ଜରିଆରେ ସମସ୍ତ ରହଣୀମାନଙ୍କ ଡାଟା ଦେବାକୁ ଭୁବନେଶ୍ବର ଡିସିପି ନିର୍ଦ୍ଦେଶ ଦେଇଛନ୍ତି ।

ସହରରେ ଘଟୁଥିବା ବିଭିନ୍ନ ଅପରାଧକୁ ହ୍ରାସ କରିବା ନିମନ୍ତେ ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଥାନା ଅଞ୍ଚଳରେ ସର୍ବସଧାରଣ ସ୍ଥାନରେ ମଦ୍ୟପାନ ବିରୋଧରେ ଧରପଗଡ ଅଭିଯାନ କଡାକଡି ଭାବେ କରାଯାଉଅଛି। ପ୍ରତ୍ୟେକ ଥାନାର ବଛାବଛା ଅଫିସର, ପିଓପିଡି ଓ ଟୀମ-୬୦ର ମିଳିତ ପ୍ରୟାସରେ ତଥା ସମ୍ପୃକ୍ତ ଥାନାର ଆଇଆଇସି ଏବଂ ଏସିପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଧରପଗଡ ଅଭିଯାନ ପରିଚାଳିତ ହେଉଥିବା ବେଳେ, ବିଭିନ୍ନ ଥାନା ପରିସର ଅଞ୍ଚଳରେ ଥିବା ସର୍ବସାଧାରଣ ସ୍ଥାନରେ ମଦ୍ୟପାନ, ବିଭିନ୍ନ ଖଟି,ଆଡା ତଥା ଯାନବାହାନ ଯାଞ୍ଚ କରାଯାଇଛି।

ଗତକାଲି ସନ୍ଧ୍ୟାରେ କ୍ୟାପିଟାଲ ଥାନା, ଖାରବେଳନଗର ଥାନା, ଖଣ୍ଡଗିରି ଥାନା, ଭରତପୁର ଥାନା, ଲକ୍ଷ୍ମୀସାଗର ଥାନା, ଶହୀଦନଗର ଥାନା, ମଞ୍ଚେଶ୍ୱର ଥାନା, ନୟାପଲ୍ଲୀ ଥାନା, ମୈତ୍ରୀବିହାର ଥାନା, ବଡଗଡ ଥାନା, ନନ୍ଦନକାନନ ଥାନା, ଚନ୍ଦ୍ରଶେଖରପୁର ଥାନା, ଇନ୍ଫୋସିଟି ଥାନା ଏବଂ ଏୟାରପୋର୍ଟ ଥାନା ତରଫରୁ ବିଭିନ୍ନ ସ୍ଥାନରେ ଧରପଗଡ କରାଯାଇଥିଲା ।

ଏହି ଧରପଗଡ ଅଭିଯାନ ସମୟରେ ମୋଟ ୧୦୫ ଜଣ ନିୟମ ଖିଲାଫ କାରୀଙ୍କୁ ଥାନାରେ ଅଟକ ରଖାଯାଇଥିବା ବେଳେ ଓଡିଶା ସହରାଞ୍ଚଳ ପୁଲିସ ଆଇନ ଓ କୋଟପା ଆଇନ ଅନୁଯାଇ ମୋଟ ୫୧,୭୦୦ ଟଙ୍କା ଜୋରିମନା ଆକାରରେ ଆଦାୟ କରାଯାଇଛି। ଭୁବନେଶ୍ଵର ସହରାଞ୍ଚଳ ପୁଲିସ ତରଫରୁ ଏହିଭଳି ଧରପଗଡ ଅଭିଯାନ ଆଗକୁ ମଧ୍ୟ ନିୟମିତ ଭାବେ ଜାରିରହିବ ବୋଲି ଡିସିପି ପ୍ରତୀକ ସିଂହ କହିଛନ୍ତି ।