BusinessFeaturedLatest

ପୁରୁଣା ରେକର୍ଡ ଭାଙ୍ଗିଲା ଭାରତୀୟ ଷ୍ଟକ ବଜାର, ନିବେଶକ ହେଲେ ମାଲେମାଲ୍

ମୁମ୍ବାଇ (ସଂକେତ ଟିଭି): ଭାରତୀୟ ଷ୍ଟକ ବଜାର ଗୁରୁବାର ନୂଆ ରେକର୍ଡ ସୃଷ୍ଟି କରିଛି । ସେନ୍ସେକ୍ସ ପ୍ରଥମ ଥର ପାଇଁ ୭୯,୦୦୦ ଟପିଥିବା ବେଳେ ନିଫ୍ଟି ୨୪,୦୦୦ଉପରେ ବନ୍ଦ ହୋଇଛି। ଆଜିର କାରବାର ଶେଷ ସୁଦ୍ଧା ବିଏସଇ ସେନ୍ସେକ୍ସ ୫୬୯ ପଏଣ୍ଟ ବୃଦ୍ଧି ପାଇଥିବା ବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୧୭୫ ପଏଣ୍ଟ ବୃଦ୍ଧି ପାଇଛି।

ଆଇଟି ଏବଂ ଏନର୍ଜି ଷ୍ଟକର ବୃଦ୍ଧି ଯୋଗୁଁ ଏହା ଷ୍ଟକ ବଜାରକୁ ବଢାଇବାରେ ସହାୟକ ହୋଇଛି । ନିଫ୍ଟିର ଆଇଟି ଇଣ୍ଡେକ୍ସ ୨ ପ୍ରତିଶତ ବୃଦ୍ଧି ପାଇଛି। ଏହାବ୍ୟତୀତ ଅଟୋ, ଏଫଏମସିଜି, ଧାତୁ, ଶକ୍ତି, ସ୍ୱାସ୍ଥ୍ୟସେବା, ତୈଳ ଓ ଗ୍ୟାସ କ୍ଷେତ୍ରର ଷ୍ଟକ ମଧ୍ୟ ତ୍ୱରାନ୍ୱିତ ହୋଇଛି ।

ଆଜିର କାରବାର ଅଧିବେଶନରେ ଚମତ୍କାର ବୃଦ୍ଧି ଯୋଗୁଁ ବଜାରର ମାର୍କେଟ କ୍ୟାପ୍ ମଧ୍ୟ ଜୋରଦାର ବୃଦ୍ଧି ସହ ବନ୍ଦ ହୋଇଛି। ବିଏସଇ ତାଲିକାଭୁକ୍ତ ଷ୍ଟକଗୁଡ଼ିକର ବଜାର ପୁଞ୍ଜି ୪୩୮.୬୯ ଲକ୍ଷ କୋଟି ଟଙ୍କାରେ ବନ୍ଦ ହୋଇଛି, ଯାହା ପୂର୍ବ ଅଧିବେଶନରେ ୪୩୭.୦୨ ଲକ୍ଷ କୋଟି ଟଙ୍କା ଥିଲା। ଅର୍ଥାତ୍ ଆଜିର ଅଧିବେଶନରେ ନିବେଶକଙ୍କ ସମ୍ପତ୍ତିରେ ୧.୬୭ ଲକ୍ଷ କୋଟି ଟଙ୍କାର ବୃଦ୍ଧି ଘଟିଛି।