FeaturedLatestNews

ଗୋଚାଲାଣକାରୀଙ୍କ ଉପରେ ହେବ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟରେ ବଢ଼ିଚାଲିଥିବା ଗୋଚାଲାଣକୁ ରୋକିବା ପାଇଁ ସ୍ୱତନ୍ତ୍ର ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି। ଗୋଚାଲାଣ କରୁଥିବା ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।

ସେ କହିଛନ୍ତି ରାଜ୍ୟରେ ଖୋଲାଯିବ ୨୦୦ ଗୋଶାଳା। ସେପଟେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବା ସହ ମତ୍ସ୍ୟଜୀବୀଙ୍କର ବିଭିନ୍ନ ସମସ୍ୟାର ସମାଧାନ କରିବା ଦିଗରେ ବିଭାଗକୁ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରାମାଞ୍ଚଳରେ ମତ୍ସ୍ୟଜୀବୀଙ୍କ ପାଇଁ ଶୀତଳଭଣ୍ଡାର ନିର୍ମାଣ କରିବା ଦିଗରେ ଗୁରୁତ୍ୱ ଦିଆଯାଉଛି। ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ପୂରା କରିବାକୁ ପ୍ରାଥମିକତା ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।