ବଦଳିବ ଲକ୍ଷ୍ମୀ ବସ୍ ନାଁ : ପରିବହନ ମନ୍ତ୍ରୀ
ଭୁବନେଶ୍ବର (ସଂକେତ ଟିଭି): ଲକ୍ଷ୍ମୀ ବସ୍ ନାଁ ବଦଳା ଯାଇ ମୁଖ୍ୟମନ୍ତ୍ରୀ ବସ୍ ସେବା କରାଯିବ । ପରିବହନ ମନ୍ତ୍ରୀ ବିଭୁତି ଜେନା ଏନେଇ ସୂଚନା ଦେଇଛନ୍ତି। ଏହା ଅତିଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଲକ୍ଷ୍ମୀ ବସ୍ ରାଜ୍ୟର ପ୍ରତି ପଞ୍ଚାୟତକୁ ଗଡ଼ୁଛି । ପୂର୍ବରୁ ଥିବା ବିଜେଡି ସରକାର ଏହି ଯୋଜନା ଆରମ୍ଭ କରିଥିଲେ । ତେବେ ଓଡ଼ିଶାରେ ସରକାର ବଦଳିଛି । ତେଣୁ ଯୋଜନା ବି ବଦଳାଯିବାକୁ ଯୋଜନା କରାଯାଇଛି।