FeaturedLatestNews

ରାଜ୍ୟର ସବୁ ଧାନମଣ୍ଡିରେ ଲାଗିବ ସିସିଟିଭି, ଧାନଗାଡିରେ ଲାଗିବ ଜିପିଏସ୍

ଭୁବନେଶ୍ବର (ସଂକେତ ଟିଭି): ଦୁର୍ନୀତି ରୋକିବା ପାଇଁ ସବୁ ଧାନମଣ୍ଡି ମାନଙ୍କରେ ଲାଗିବ ସିସିଟିଭି । କଡା କଡି କରାଯିବ ସବୁ ବ୍ୟବସ୍ଥା। ସିସିଟିଭି ମାଧ୍ୟମରେ ସବୁ ମଣ୍ଡିରେ ଚାଲିଥିବା କାର୍ଯ୍ୟକୁ ତଦାରଖ କରାଯିବ। ଗାଡିରେ ବି ଲାଗିବ ଜିପିଏସ। ଯାହା ଫଳରେ ଗାଡ଼ିରେ ଧାନ କେଉଁ ଆଡ଼କୁ ଯାଉଛି ତାହା ଜଣା ପଡ଼ିବ। ଧାନ ମଣ୍ଡି ମାନଙ୍କରେ ସ୍ୱଚ୍ଛତା ଆଣିବା ପାଇଁ ଏକ ମାସ ଭିତରେ ଏହି ସମସ୍ତ କାର୍ଯ୍ୟ କରିବା ପାଇଁ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗର ଅଧିକାରୀମାନଙ୍କୁ ଦିଆଯାଇଛି । ବିଭାଗୀୟ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି ।

ସେପଟେ କୃଷକମାନଙ୍କ ଧାନକୁ ଯେଉଁ ମିଲର ନ ଉଠାଇବେ ତୁରନ୍ତ ଆକ୍ସନ ନିଆଯିବ । ଧାନ ନେବାର ୪୮ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଦିଆଯିବ। ଏକ ମାସ ଭିତରେ ସବୁ କିଛି ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି।