ଅନ୍ତର୍ଜାତୀୟ ଟି୨୦ କ୍ରିକେଟ୍ ରୁ ଅବସର ନେଲେ ରବୀନ୍ଦ୍ର ଜାଡେଜା
ନୂଆଦିଲ୍ଲୀ (ସଂକେତ ଟିଭି): ଟି୨୦ ବିଶ୍ୱକପ ଜିତିବା ପରେ ବିରାଟ କୋହଲି ଏବଂ ପରେ ରୋହିତ ଶର୍ମା ଅନ୍ତର୍ଜାତୀୟ ଟି୨୦ କ୍ରିକେଟ୍ରୁ ଅବସର ଘୋଷଣା କରିଥିଲେ। ଏବେ ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ଅବସର ଘୋଷଣା କରିଛନ୍ତି। ଜାଡେଜା ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି।
ରବୀନ୍ଦ୍ର ଜାଡେଜା ୧୦ ଫେବ୍ରୁଆରୀ ୨୦୦୯ରେ ଶ୍ରୀଲଙ୍କା ବିପକ୍ଷରେ ଡେବ୍ୟୁ କରିଥିଲେ । ସେ ଭାରତ ପାଇଁ ଟି-୨୦ ଫର୍ମାଟରେ ମୋଟ ୭୪ଟି ମ୍ୟାଚ୍ ଖେଳିଛନ୍ତି । ୭୪ଟି ମ୍ୟାଚ୍ ଖେଳି ଜାଡେଜା ୫୧୫ ରନ୍ କରିବା ସହ ୫୪ଟି ୱିକେଟ୍ ଅକ୍ତିଆର କରିଛନ୍ତି ।