FeaturedLatestNews

୩୦୦ ୟୁନିଟ୍ ମାଗଣା ବିଜୁଳି ପ୍ରତିଶୃତି ପାଣିର ଗାର ନହେଉ ; ପ୍ରତାପ ଦେବ

ଭୁବନେଶ୍ୱର (ସଂକେତ ଟିଭି): ନିର୍ବାଚନ ସମୟରେ ବିଜେପି ନେତା ଓ କେନ୍ଦ୍ରମନ୍ତ୍ରୀ ଓଡିଶାରେ 300 ୟୁନିଟ ବିଜୁଳି ଛାଡିବାକୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏ ଦିଗରେ ନୂଆ ସରକାର ଆସିବାଠାରୁ ବିଜୁଳି ସମ୍ପର୍କରେ ବିଜେପି ନେତା ମାନେ ମୁହଁ ଖୋଲି ନାହାନ୍ତି । ବିଜେଡି ବିଧାୟକ ପ୍ରତାପ କେଶରୀ ଦେବ ଏହା କହିଛନ୍ତି । ବିଜୁଳି ନେଇ ବିଜେପି ଦେଇଥିବା ପ୍ରତିଶ୍ରୁତି ନ ଭୁଲିବା ଲାଗି ମୋହନ ସରକାରଙ୍କୁ ସେ ସଚେତନ ଓ ଚେତେଇ ଦେଇଛନ୍ତି ।

ସେ କହିଛନ୍ତି ଯେ ଆମେ ଆଶା କରୁଛୁ ବିଜେପି ଓଡ଼ିଶାର ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବ । ପ୍ରତିଶ୍ରୁତି ପ୍ରତାରଣା ନହେଉ । ପ୍ରତିଶ୍ରୁତି ପାଣିର ଗାର ନହେଉ । କହିବାର ଉଦ୍ଦେଶ୍ୟ ହେଉଛି ଯେ, ସରକାରକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ପରିଷଦର ସଦସ୍ୟ ମାନେ ଉକ୍ତି ରଖିଛନ୍ତି ଯେ, ନିର୍ବାଚନ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତିକୁ ଆଗେ ପାଳନ କରାଯିବ । ସେହି ଶୃଙ୍ଖଳାରର ବିଜେପି ବିଜୁଳି ସମ୍ପର୍କିତ ପ୍ରତିଶ୍ରୁତି ମଧ୍ୟ ଦେଇଛି । 5 ତାରିଖରୁ ନୂଆ ସରକାର ଆସିବାଠାରୁ ବିଜୁଳି ସମ୍ପର୍କରେ ବିଜେପି ନେତା ମାନେ ମୁହଁ ଖୋଲି ନାହାନ୍ତି । ବିଜୁଳି ନେଇ ଦେଇଥିବା ପ୍ରତିଶ୍ରୁତି ନ ଭୁଲିବା ଲାଗି ସରକାରଙ୍କୁ ସଚେତନ ଓ ଚେତେଇବା ଲାଗି ବିଜୁ ଜନତା ଦଳ ପକ୍ଷରୁ ଆମେ ଆହ୍ଵାନ ଦେଉଛୁ ।

ସେ କହିଛନ୍ତି ଯେ ଯଦି ନବୀନ ପଟ୍ଟନାୟକ ଷଷ୍ଠ ଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଥାନ୍ତେ, ତେବେ ରାଜ୍ୟର ଏହି ବଡ଼ ପ୍ରତିଶ୍ରୁତି ପୂରଣ ହୋଇଥାନ୍ତା । ଆଜି ଅର୍ଥାତ ଜୁଲାଇ 1 ତାରିଖ ଦିନ 100 ୟୁନିଟ ପର୍ଯ୍ୟନ୍ତ ବିଜୁଳି ଛାଡ଼ ନିଷ୍ପତ୍ତି ଉପରେ ମୋହର ବାଜିଥାନ୍ତା ।