ବାଲେଶ୍ବର ସହରରୁ ସମ୍ପୂର୍ଣ୍ଣ ଭାବେ ହଟିଲା କର୍ଫ୍ୟୁ
ବାଲେଶ୍ବର (ସଂକେତ ଟିଭି): ବାଲେଶ୍ବର ସହରରୁ କର୍ଫ୍ୟୁ ସମ୍ପୂର୍ଣ୍ଣ ଭାବେ ହଟିଯାଇଛି । ବାଲେଶ୍ବର ସହରର ସ୍ଥିତି ସ୍ବଭାବିକ ହୋଇଥିବା ଯୋଗୁଁ କର୍ଫ୍ୟୁ ହଟାଯାଇଛି ବୋଲି ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି । ତେବେ ସହରର ଶାନ୍ତି ବଜାୟ ରଖିବା ପାଇଁ ମାଇକ୍ରୋ ଲେଭେଲ୍ ଶାନ୍ତି କମିଟି ବୈଠକ ପ୍ରତ୍ୟେକ ଦିନ ବସିବ ବୋଲି ସେ ସୂଚନା ଦେଇଛନ୍ତି ।
ସେପଟେ ଆଗାମୀ ଦିନରେ ରଥଯାତ୍ରା ଏବଂ ମୋହରମ୍ ଥିବାରୁ ବାଲେଶ୍ବର ସହରରେ କର୍ଫ୍ୟୁ ହଟିଥିଲେ ମଧ୍ୟ ସହରରେ ପୋଲିସ ଫୋର୍ସ ପୂର୍ବ ଭଳି ମୂତୟନ ରହିବେ ବୋଲି ବାଲେଶ୍ବର ଏସପି ସୂଚନା ଦେଇଛନ୍ତି । ଏହି କର୍ଫ୍ୟୁ ପାଇଁ ଏପର୍ଯ୍ୟନ୍ତ ୨୪ଟି ମାମଲା ରୁଜୁ କରାଯାଇ ୯୪ ଜଣଙ୍କୁ ଗିରଫ କରାଯାଇଛି । ବାଲେଶ୍ବର ଜିଲ୍ଲାପାଳ ଓ ଏସପି ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଏହି ସୂଚନା ଦେଇଛନ୍ତି ।