CulturalFeaturedLatestNews

ରଥଯାତ୍ରା ପାଇଁ ରାଜ୍ୟରେ ୨ଦିନ ସରକାରୀ ଛୁଟି

ଭୁବନେଶ୍ବର (ସଂକେତ ଟିଭି): ରଥଯାତ୍ରା ପାଇଁ ମୁଖ୍ଯମନ୍ତ୍ରୀ ଦୁଇ ଦିନ ଛୁଟି ଘୋଷଣା କରିଛନ୍ତି । ଜୁଲାଇ ୭ ତାରିଖ ଦିନ ରଥଯାତ୍ରା ପାଇଁ ଛୁଟି ଥିବାବେଳେ ଜୁଲାଇ ୮ତାରିଖକୁ ମଧ୍ଯ ସରକାରୀ ଛୁଟି ପାଇଁ ଘୋଷଣା କରାଯାଇଛି । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ଅନୁଷ୍ଠିତ ହେଉଥିବା ହେତୁ ମୁଖ୍ୟମନ୍ତ୍ରୀ ସୋମବାରକୁ ଛୁଟି ଘୋଷଣା କରିଛନ୍ତି । ପୁରୀରେ ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ ଏ ନେଇ ଘୋଷଣା କରିଛନ୍ତି । ଜୁଲାଇ ୭ ଓ ୮ ତାରିଖରେ ଛୁଟି ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।