FeaturedLatestNews

ରାଜ୍ୟରେ ୩ ହଜାର ଟଙ୍କାକୁ ବଢିବ ଭତ୍ତା, ମନ୍ତ୍ରୀ ଦେଲେ ସୂଚନା

ଭୁବନେଶ୍ବର (ସଂକେତ ଟିଭି): ବୃଦ୍ଧବୃଦ୍ଧା, ବିଧବା, ଦିବ୍ୟାଙ୍ଗ ଭତ୍ତା ୩ ହଜାରକୁ ବୃଦ୍ଧି ନିଷ୍ପତ୍ତି ହୋଇଛି । ଗଣଶିକ୍ଷା ମନ୍ତ୍ରୀ ତଥା ସାମାଜିକ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏନେଇ ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, ଭତ୍ତା ୩ ହଜାରକୁ ବୃଦ୍ଧି ନିଷ୍ପତ୍ତି ହୋଇଛି, ସେଥିପାଇଁ ପ୍ରସ୍ତୁତି ଚାଲିଛି। ବଜେଟ କେତେ ଆସୁଛି ଦେଖିବୁ, ଅର୍ଥ ବିଭାଗର କ୍ଲିୟରାନ୍ସ ନେବୁ। ପରବର୍ତ୍ତୀ ସମୟରେ ଏହାକୁ କାର୍ଯ୍ୟକାରୀ କରିବୁ ବୋଲି ମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି ବିଭିନ୍ନ ବର୍ଗର ଭତ୍ତା ବଢାଇବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି । ଏନେଇ ବିଭିନ୍ନ ବିଭାଗ ଅଧିକାରୀଙ୍କ ସହ ଆଲୋଚନା ଜାରି ରହିଛି । ଆଲୋଚନା ପରେ କେଉଁ ବର୍ଗର ଭତ୍ତାକୁ ବୃଦ୍ଧି କରାଯିବ ତାହା ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।

ଓଡ଼ିଶାରେ ଭତ୍ତା ରାଶି ବୃଦ୍ଧି କରିବା ପାଇଁ ପୂର୍ବରୁ ନିର୍ବାଚନ ସମୟରେ ବିଜେପି ନିଜ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା । ରାଜ୍ୟରେ ପୂର୍ବତନ ବିଜେଡି ସରକାର ଜାତୀୟ ସାମାଜିକ ସୁରକ୍ଷାରୁ ବଞ୍ଚିତ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନା ଅଧିନରେ ଭତ୍ତା ପ୍ରଦାନ କରୁଥିଲେ । ଏହି ଯୋଜନାରେ ରାଜ୍ୟର ବିଭିନ୍ନ ବର୍ଗର ୫୬ ଲକ୍ଷ ୭୬ ହଜାର ୯୧୬ ଜଣଙ୍କୁ ଭତ୍ତା ଦିଆଯାଉଛି । ଗତ ଫେବୃଆରୀରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୦ ଟଙ୍କା ଭତ୍ତା ବୃଦ୍ଧି କରିଥିଲେ । ଏହାପରେ ହିତାଧିକାରୀମାନେ ସର୍ବନିମ୍ନ ଭତ୍ତା ରାଶି ୧୦୦୦ ଟଙ୍କା ପାଉଥିଲେ ।