ରାଜ୍ୟରେ ଖୋଲିବ ବନ୍ଦ ଥିବା ସ୍କୁଲ: ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ଭୁବନେଶ୍ବର (ସଂକେତ ଟିଭି): ପୁଣି ଖୋଲିବ ରାଜ୍ୟରେ ବନ୍ଦ ଥିବା ସ୍କୁଲ ଖୋଲିବ । ବିଜେଡି ସରକାର ବନ୍ଦ କରିଥିବା ସ୍କୁଲ ଗୁଡିକ ଖୋଲିବାକୁ ବିଜେପି ସରକାର ଯୋଜନା କରୁଛି। ବର୍ତ୍ତମାନ ଏହାକୁ ନେଇ ପୁଣି ଥରେ ତର୍ଜମା କରାଯାଇଛି। ଯେଉଁଠାରେ ବହୁତ୍ ଦୂର ଯିବାକୁ ପଡୁଛି। ସେଠି ପୁଣି ଥରେ ସ୍କୁଲ ଖୋଲିବା ପାଇଁ ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ବିଜେଡି ସରକାର ସମୟରେ ଛାତ୍ରଛାତ୍ରୀ ସଂଖ୍ୟା ଅଭାବରୁ ସ୍କୁଲ ବନ୍ଦ କରି ଦିଆଯାଇଥିଲା। ଯେଉଁଠି ପିଲାମାନଙ୍କୁ ଦୂର ସ୍ଥାନକୁ ଯିବାକୁ ପଡୁଛି, ଯେଉଁ ସ୍ଥାନରେ ଭୁଲ ରିପୋର୍ଟ ଜରିଆରେ ସ୍କୁଲ ବନ୍ଦ କରି ଦିଆଯାଇଛି ସ୍ଥାନୀୟ ଲୋକଙ୍କର ବି ଦାବି ଅଣଦେଖା କରାଯାଇଛି ସେହି ସବୁ ସ୍କୁଲ ଗୁଡିକୁ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଜେପି ସରକାର ପୁଣି ଥରେ ଖୋଲିବାକୁ ଯୋଜନା କରୁଛନ୍ତି ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।
ବିଭାଗୀୟ ସଚିବ ଏ ସଂକ୍ରାନ୍ତରେ ଖୁବ୍ ଶୀଘ୍ର ରିପୋର୍ଟ ଦେବାକୁ କୁହାଯାଇଛି। ତେବେ ଗଣଶିକ୍ଷା ବିଭାଗର ସଚିବ ବିସ୍ତୃତ ରିପୋର୍ଟ ଦେବା ପରେ ସେହି ରିପୋର୍ଟ ଆଧାରରେ ବନ୍ଦ କରି ଦିଆଯାଇଥିବା ସ୍କୁଲ ଗୁଡିକୁ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।