ବିଶ୍ୱର ନମ୍ୱର ୱାନ୍ ଟି-୨୦ ଅଲରାଉଣ୍ଡ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା
ମୁମ୍ବାଇ (ସଂକେତ ଟିଭି): ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱର ନମ୍ୱର ୱାନ୍ ଟି-୨୦ ଅଲରାଉଣ୍ଡର ହୋଇଛନ୍ତି। ଟି-୨୦ ବିଶ୍ୱକପରେ ତାଙ୍କର ଚମତ୍କାର ପ୍ରଦର୍ଶନ ହେତୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଇସିସି ପକ୍ଷରୁ ନମ୍ବର ୱାନ୍ ଅଲରାଉଣ୍ଡର ଭାବେ ଘୋଷଣା କରାଯାଇଛି।
ଆଇସିସି ବୁଧବାର ଦିନ ନୂଆ ରାଙ୍କିଙ୍ଗ ଲିଷ୍ଟ ପ୍ରକାଶ କରିଛି । ଯେଉଁଥିରେ ହାର୍ଦ୍ଦିକ ପାଣ୍ଡ୍ୟା ଅଲରାଉଣ୍ଡର ତାଲିକାରେ ଶୀର୍ଷରେ ରହିଛନ୍ତି । ଏହାପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ତୃତୀୟ ସ୍ଥାନରେ ରହିଥିଲେ। ଆଫଗାନିସ୍ତାନର ଅଲରାଉଣ୍ଡର ମୋହମ୍ମଦ ନବି ଓ ଶ୍ରୀଲଙ୍କା ଦଳର ଅଲରାଉଣ୍ଡର ୱାନେନ୍ଦୁ ହସରଙ୍ଗା ପ୍ରଥମ ଏବଂ ଦ୍ବିତୀୟ ସ୍ଥାନରେ ରହିଥିଲେ କିନ୍ତୁ ବିଶ୍ବକପ ମୁକାବିଲା ସରିବା ପରେ ହାର୍ଦ୍ଦିକ ଉଭୟଙ୍କୁ ପଛରେ ପକାଇ ଏବେ ଟି-ଟ୍ୱେଣ୍ଟି ଫର୍ମାଟରେ ଟପରେ ରହିଛନ୍ତି।
ବିଶ୍ବକପରେ ପାଣ୍ଡ୍ୟା ଭଲ ପ୍ରଦର୍ଶନ କରିଥିଲେ । ସେ ୮ଟି ମ୍ୟାଚରେ ୪୮ ଏଭାରେଜ ସହିତ ୧୫୦ ଷ୍ଟ୍ରାଇକ ରେଟରେ ୧୪୪ ରନ କରିଛନ୍ତି। ବୋଲିଂରେ ସେ ୮ଟି ମ୍ୟାଚରେ ୧୧ଟି ୱିକେଟ ହାସଲ କରିଛନ୍ତି । ଫାଇନାଲ ମୁକାବିଲାରେ ପାଣ୍ଡ୍ୟା ୩ ଓଭରରେ ମାତ୍ର ୨୦ ରନ ଦେଇ ୩ଟି ୱିକେଟ ହାସଲ କରିଥିଲେ।