FeaturedGeneralLatestPolitics

ପୁଣି ମୁଖ୍ୟମନ୍ତ୍ରୀ ହେବେ ହେମନ୍ତ ସୋରେନ

ରାଞ୍ଚି (ସଂକେତ ଟିଭି): ଜେଲରୁ ମୁକୁଳିବା ପରେ ହେମନ୍ତ ସୋରେନ ପୁଣିଥରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ। ଆଜି ହେମନ୍ତଙ୍କ ବାସଭବନରେ ବସିଥିବା ଶାସକ ଜେଏମଏମ ବିଧାୟକ ଦଳ ବୈଠକରେ ତାଙ୍କୁ ପୁନର୍ବାର ବିଧାୟକ ଦଳ ନେତା ବଛାଯାଇଛି । ସେପଟେ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଇସ୍ତଫା ଦେବେ । ହେମନ୍ତ ରାଜ୍ୟର ୧୩ତମ ମୁଖ୍ୟମନ୍ତ୍ରୀ ରୂପେ ଖୁବଶୀଘ୍ର ଶପଥ ନେଇପାରନ୍ତି ।

ଜାନୁଆରୀ ୩୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ଦିଲ୍ଲୀ ସ୍ଥିତ ବାସଭବନରୁ ଗିରଫ କରିଥିଲା। ପାଞ୍ଚ ମାସ ଧରି ଜେଲରେ ରହିବା ପରେ ହାଇକୋର୍ଟରୁ ତାଙ୍କୁ ଜାମିନ୍ ମିଳିଛି। ଜୁନ୍ ୨୮ରେ ହାଇକୋର୍ଟ ବେଲ୍ ଦେବା ପରେ ଜାମିନରେ ମୁକୁଳିଛନ୍ତି ସୋରେନ୍। ଜାମିନରେ ଆସିବା ପରେ ବର୍ତ୍ତମାନ ସେ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଛି।