CrimeFeaturedLatestNews

ନିଜ ବାପାକୁ ଛୁରୀ ଭୁସି ନିର୍ମମ ଭାବେ ହତ୍ୟା କଲା ପ୍ରଫେସର ପୁଅ

ଭୁବନେଶ୍ବର (ସଂକେତ ଟିଭି): ନିଜ ବାପାକୁ ଛୁରୀ ଭୁସି ନିର୍ମମ ଭାବେ ହତ୍ୟା କଲା ପ୍ରଫେସର ପୁଅ । ମଙ୍ଗଳବାର ବିଳମ୍ବିତ ରାତିରେ ଭୁବନେଶ୍ବର ମଞ୍ଚେଶ୍ବର ଥାନା ଅନ୍ତର୍ଗତ ରଙ୍ଗମାଟିଆର DHPL ଆପାର୍ଟମେଣ୍ଟରେ ଏହି ଘଟଣା ଘଟିଛି । ଋଣ ବୋଝ ଯୋଗୁଁ ସେ ଏଭଳି ନାରକୀୟ କାଣ୍ଡ ଘଟାଇଥିବା ଜଣାପଡିଛି ।

ଅଭିଯୁକ୍ତ ଜଣକ ହେଲେ ଅନିରୁଦ୍ଧ ଚୌଧୁରୀ, ସେ ଜଣେ ଘରୋଇ ଲ କଲେଜର ପ୍ରଫେସର । ସେ ନିଜର ୬୮ ବର୍ଷୀୟ ବୃଦ୍ଧ ବାପା ସୁନୀଲ ଚୌଧୁରୀଙ୍କୁ ହତ୍ୟା କରିଥିଲେ । ମୃତକ ସୁନୀଲ ନିଜର ପୁଅ ଅନିରୁଦ୍ଧ ଏବଂ କେୟାରଟେକର ସହ ଆପାର୍ଟମେଣ୍ଟରେ ରହୁଥିଲେ ।

ଆପାର୍ଟମେଣ୍ଟର ୧୦୮ ନଂ ଫ୍ଲାଟରେ ସୁନୀଲ ଚୌଧୁରୀ କେବଳ ନିଜ ପତ୍ନୀ ସହ ରହୁଥିଲେ । ଦୁଇ ଦିନ ହେବ ପୁଅ ଅନିରୁଦ୍ଧ ଆସି ତାଙ୍କ ପାଖରେ ରହୁଥିଲେ । ଋଣ ସୁଝିବାକୁ ଟଙ୍କା ଦରକାର ଥିବାରୁ ବାପାଙ୍କୁ ମାଗିବାକୁ ଆସିଥିଲେ । ହତ୍ୟା ଦିନ ରାତିରେ ବାପ-ପୁଅ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଥିଲା‌ । ଏଥିରେ ଅନିରୁଦ୍ଧ ହିତାହତ ଜ୍ଞାନ ହରାଇ ମାଆ ଆଖି ଆଗରେ ବାପାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲେ । ମାଆ ବିରୋଧ କରିବାକୁ ତାଙ୍କୁ ଧକ୍କା ଦେଇ ତଳେ ପକାଇ ଦେଇଥିଲେ । ଏହାପରେ ମାଆ ନିଜର କେୟାରଟେକରକୁ କଲ୍ କରିବା ପରେ ସେ ଆସି ସୁନୀଲଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ । ମୃତକ ସୁନିଲ ଚୋଧୁରୀ ନାଲକୋର ଜଣେ ରିଚାର୍ଡ ଉଚ୍ଚପଦସ୍ଥ ଅଧିକାରୀ ଥିଲେ‌ । ତାଙ୍କ ପାଖରେ ଅନେକ ଧନ ସମ୍ପତ୍ତି ଥିଲା । ତାଙ୍କର ପୁଅବୋହୂ ଅଲଗା ରହୁଥିଲେ । ପଡୋଶୀଙ୍କ କହିବା ଅନୁସାରେ ବା ପୁଅ ସମ୍ପର୍କ ଅତି ନିବିଡ଼ ଥିଲା । ହେଲେ ବିବାହ ପର ଠାରୁ ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ଯେଉଁ କାରଣରୁ ବାପାଙ୍କ ପଟିଆରେ ଆପାର୍ଟମେଣ୍ଟ ଥାଇ ବି ଅନିରୁଦ୍ଧ ଭଡ଼ାରେ ବାପାଙ୍କ ଆପାର୍ଟମେଣ୍ଟଠାରୁ ୧୦୦ ମିଟର‌ ଦୂରରେ ଅନ୍ୟ ଏକ ଫ୍ଲାଟରେ ରହୁଥିଲେ ।

ଅନିରୁଦ୍ଧ ଲକ୍ଷାଧିକ ଟଙ୍କାର ଋଣଗ୍ରସ୍ତ ଥିଲେ । ଗୋଟିଏ ପଟେ ଋଣ ଚିନ୍ତା ଏବଂ ଅନ୍ୟପଟେ ପାରିବାରିକ ଅଶାନ୍ତି ରହିଥିଲା । ସେ ପତ୍ନୀଙ୍କ ଠାରୁ ଡିଭୋର୍ସ ଫାଇଲ କରିଥିଲେ । ଏମିତିକି ଦୁଇ ଦିନ ତଳେ ସେ ଚାକିରିରୁ ଇସ୍ତଫା ଦେଇଆସିଥିଲେ । ଏମିତି ସମୟରେ ବାପାଙ୍କୁ ଟଙ୍କା ମାଗିବା ପରେ ସେ ନଦେବାରୁ ରାଗରେ ହତ୍ୟା କରିଥିଲେ ।

ଭୁବନେଶ୍ବର ଡିସିପି କହିଛନ୍ତି ଯେ, ଋଣଗ୍ରସ୍ତ ହୋଇ ପୁଅ ଅନିରୁଦ୍ଧ ଚୋଧୁରୀ ତାଙ୍କର ୬୮ ବର୍ଷୀୟ ବୃଦ୍ଧ ବାପାକୁ ହତ୍ୟା କରିଛନ୍ତି । ଅନିରୁଦ୍ଧ ଲକ୍ଷାଧିକ ଟଙ୍କାର ଋଣବୋଝ ତଳେ ଦବିଥିଲେ । ଋଣ ଟଙ୍କା ସୁଝିବା ପାଇଁ ବାପାଙ୍କୁ ଟଙ୍କା ମାଗୁଥିଲେ । ସେ ନଦେବାରୁ ଗତକାଲି ରାତିରେ ଘରର ପରିବା କଟା ଛୁରିରେ ତାଙ୍କୁ ଆକ୍ରମଣ କରିଥିଲା । କେୟାରଟେକ ଗୁରୁତର ଅବସ୍ଥାରେ ମେଡିକାଲ ନେବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି । ଘଟଣାସ୍ଥଳରୁ ଛୁରୀ, ରକ୍ତଲଗା କପଡା ପୋଲିସ ଜବତ କରିଛି । ଏଥିସହ ଅଭିଯୁକ୍ତ ପୁଅକୁ ଗିରଫ କରିଥିବା ଜଣାପଡିଛି । ଏହି ଘଟଣାରେ ନୂଆ ଆଇନ BNS ୧୦୩ରେ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ।