BusinessFeaturedLatest

ପ୍ରଥମ ଥର ୮୦ ହଜାର ପାର୍ କଲା ସେନସେକ୍ସ, ମାଲେମାଲ୍ ହେଲେ ନିବେଶକ

ମୁମ୍ୱାଇ (ସଂକେତ ଟିଭି): ଭାରତୀୟ ସେୟାର ବଜାର ନୂତନ ଶିଖରରେ ପହଞ୍ଚିଛି । ବୁଧବାର ସକାଳୁ ସକାଳୁ ବଜାର ଖୋଲିବା ମାତ୍ରେ ସେନ୍ସେକ୍ସ ପ୍ରଥମ ଥର ପାଇଁ ୮୦ ହଜାର ମାର୍କ ଅତିକ୍ରମ କରି ଏକ ନୂତନ ରେକର୍ଡ ସୃଷ୍ଟି କରିଛି । ସେହି ସମୟରେ, ନିଫ୍ଟି ମଧ୍ୟ ଏହାର ରେକର୍ଡ ଉଚ୍ଚରେ ୨୪୨୯୨.୧୫ ରେ ଖୋଲିଥିଲା ।

ଏଥିଯୋଗୁଁ ନିବେଶକମାନେ ମଧ୍ୟ ବହୁତ ଲାଭ କରିଛନ୍ତି । ଗତ କାଲି ସେନ୍ସେକ୍ସ ୭୯,୪୪୧.୪୫ରେ ବନ୍ଦ ହୋଇଯାଇଥିଲା । ବୁଧବାର ସେନ୍ସେକ୍ସ ୮୦,୦୩୯.୨୨ ପଏଣ୍ଟର ଏକ ନୂତନ ଶିଖରକୁ ଛୁଇଁଥିଲା । ନିଫ୍ଟି ୨୪,୨୯୧.୭୫ ପଏଣ୍ଟର ଏକ ନୂତନ ଶିଖରକୁ ସ୍ପର୍ଶ କରିଥିଲା । ସେନ୍ସେକ୍ସ ୪୨୭ ପଏଣ୍ଟ ହାସଲ କରି ୭୯,୮୮୨ ପଏଣ୍ଟ ନିକଟରେ କାରବାର କରୁଛି । ଯେତେବେଳେ କି ନିଫ୍ଟି ୧୦୭.୮୦ ପଏଣ୍ଟ ବୃଦ୍ଧି ସହିତ ୨୪,୨୩୨ ପଏଣ୍ଟ ପାଖରେ ଅଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ କମ୍ପାନୀଗୁଡିକର ମାର୍କେଟ କ୍ୟାପ୍ ୧.୭୫ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଛି, ଅର୍ଥାତ୍ ବଜାର ଖୋଲିବା ମାତ୍ରେ ନିବେଶକଙ୍କ ସମ୍ପତ୍ତି ୧.୭୫ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଛି । ଜୁଲାଇ ୨ ରେ ଏହି ମାର୍କେଟ କ୍ୟାପ୍ ଥିଲା ୪,୪୨,୧୮, ୮୭୯.୦୧ କୋଟି । ଆଜି ଅର୍ଥାତ୍ ଜୁଲାଇ ୩ ରେ, ବଜାର ଖୋଲିବା ମାତ୍ରେ ଏହା ୪,୯୪, ୬୭୦.୮୦ କୋଟିରେ ପହଞ୍ଚିଛି ।