CulturalLatestNews

ରତ୍ନଭଣ୍ଡାର ଖୋଲିବା ନେଇ ଘୋଷଣା ହେଲେ ୧୬ ଜଣିଆ କମିଟି

ଭୁବନେଶ୍ବର (ସଂକେତ ଟିଭି): ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ୧୬ ଜଣିଆ କମିଟି ଗଠନ କରାଯାଇଛି। ଜଷ୍ଟିସ ବିଶ୍ବନାଥ ରଥ ଏହି କମିଟିର ଅଧ୍ଯକ୍ଷ ରହିବେ । ସଦସ୍ଯ ରହିବେ- ଡାକ୍ତର ସିବିକେ ମହାନ୍ତି, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ସାହୁ, ଅବସରପ୍ରାପ୍ତ ଆଇଏଏସ ଜଗଦୀଶ ମହାନ୍ତି, ଅବସରପ୍ରାପ୍ତ ଆଇପିଏସ ପ୍ରକାଶ ମିଶ୍ର, ସ୍ବାମୀ ପ୍ରଜ୍ଞାନନ୍ଦ ଜୀ, ହରିହର ହୋତା, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଶ୍ରୀ ଶ୍ରୀ ଗଜପତି ମହାରାଜଙ୍କ ପ୍ରତିନିଧି, ଏଏସଆଇର ପ୍ରତିନିଧି, ମଧୁସୂଦନ ସିଂହାରୀ, ଜନାର୍ଦ୍ଦନ ପଟ୍ଟଯୋଶୀ ମହାପାତ୍ର, ଜଗନ୍ନାଥ ଦାସ ମହାପାତ୍ର, ସୌମେନ୍ଦ୍ର ମୁଦୁଲି, ପୁରୀ ଜିଲ୍ଲାପାଳ । ସେହିପରି ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ମେମ୍ବର କନଭେନର ରହିବେ ।

ଶ୍ରୀଗୁଣ୍ଡିଚା ଯାତ୍ରା ପରେ ବା ଠାକୁର ମନ୍ଦିର ଭିତରେ ନଥିବା ସମୟରେ କେଉଁଦିନ ରତ୍ନ ଭଣ୍ଡାର ଖୋଲାଯିବ, ମରାମତି , ଗଣତି କରାଯିବ ସେନେଇ ୬ ତାରିଖରେ କମିଟି ବୈଠକରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରେସମିଟ୍ କରି ଏ ନେଇ ସୂଚନା ଦେଇଛନ୍ତି । କମିଟି କାର୍ଯ୍ୟ କିପରି ହେବ ସେ ନେଇ ଆଲୋଚନା ହେବ । ଏହାସହ ଅଳଙ୍କାର ମାନ ପରୀକ୍ଷଣ ନେଇ କମିଟି ନିଷ୍ପତ୍ତି ନେବ । ମରାମତି ଓ ଗଣନା କାର୍ଯ୍ୟ ନିର୍ଦ୍ଧାରଣ କରିବ କମିଟି । କମିଟିର ନିଷ୍ପତ୍ତି ପରେ ସରକାର ପଦକ୍ଷେପ ନେବେ । ସେହିପରି ଜଷ୍ଟିସ ଆରିଜିତ ପଶାୟତ କମିଟି ଭଙ୍ଗ ହୋଇଛି ।