FeaturedGeneralLatest

ବ୍ରିଟେନ ନିର୍ବାଚନ: ହାରିଗଲେ ସୁନକ, ବାଜି ମାରିଲା ଲେବର ପାର୍ଟି

ଲଣ୍ଡନ (ସଂକେତ ଟିଭି): ବ୍ରିଟେନ ସାଧାରଣ ନିର୍ବାଚନରେ ଋଷି ସୁନକ ପରାଜିତ ହୋଇଛନ୍ତି । ୧୪ ବର୍ଷ ପରେ ବ୍ରିଟେନରୁ କଞ୍ଜରଭେଟିଭ ପାର୍ଟି କ୍ଷମତାଚ୍ୟୁତ ହୋଇଛି । କେର୍‍ ଷ୍ଟାର୍ମରଙ୍କ ଲେବର ପାର୍ଟି ନିର୍ବାଚନରେ ବାଜି ମାରିଛି । ୬୫୦ ବିଶିଷ୍ଟ ଆସନରେ ଲେବର ପାର୍ଟିକୁ ବହୁମତ ମିଳିଛି । ଲେବର ପାର୍ଟିକୁ ୪୧୨ ଆସନ ମିଳିଥିବା ବେଳେ ଋଷି ସୁନକଙ୍କ କଞ୍ଜରଭେଟିଭ ପାର୍ଟିକୁ ମାତ୍ର ୧୨୧ ଆସନ ମିଳିଛି । ସେହିପରି ଲିବରାଲ ଡମୋକ୍ରାଟ ପାର୍ଟିକୁ ୭୧, ସ୍କର୍ଟିସ ନେସନାଲ ପାର୍ଟିକୁ ୯ ଏବଂ ନିର୍ଦଳୀୟ ପ୍ରାର୍ଥୀଙ୍କୁ ୩୫ ଟି ଆସନ ମିଳିଛି । ଏହା ପରେ ଋଷି ସୁନକ ପରାଜୟ ସ୍ୱୀକାର କରିଛନ୍ତି ଏବଂ କେର୍‍ ଷ୍ଟାର୍ମରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଋଷି ସୁନକ ଦଳର ପରାଜୟ ପାଇଁ ନିଜକୁ ଦାୟୀ କରିଛନ୍ତି ।

ସେ କହିଛନ୍ତି, ସାଧାରଣ ନିର୍ବାଚନରେ ​​ଲେବର ପାର୍ଟି ଜିତିଛି ଏବଂ ମୁଁ କେର୍ ଷ୍ଟାର୍ମରଙ୍କୁ ଫୋନ କରି ବିଜୟର ଶୁଭେଚ୍ଛା ଜଣାଇଛି। ସମସ୍ତ ପକ୍ଷର ସଦଭାବନା ସହିତ ଆଜି କ୍ଷମତା, ଶାନ୍ତିପୂର୍ଣ୍ଣ ଏବଂ ବ୍ୟବସ୍ଥିତ ଢଙ୍ଗରେ ପରିବର୍ତ୍ତନ ହେବ । ଅନେକ ଭଲ, କଠିନ ପରିଶ୍ରମି ଓ ରୁଢୀବାଦୀ ପ୍ରାର୍ଥୀଙ୍କର ହାରିବାର ଉତ୍ତରଦାୟିତ୍ବ ମୁଁ ନିଜେ ନେଉଛି । ଯେଉଁ ମାନେ ସେମାନଙ୍କର ଅକ୍ଲାନ୍ତ ପରିଶ୍ରମ କରି ହାରିଯାଇଛନ୍ତି ସେମାନଙ୍କ ପାଇଁ ଦୁଃଖିତ । ବର୍ତ୍ତମାନ ମୁଁ ଲଣ୍ଡନ ଅଭିମୁଖେ ଯିବି, ଯେଉଁଠାରେ ମୁଁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପୂର୍ବରୁ ଫଳାଫଳ ବିଷୟରେ ଅଧିକ କହିବି ।

ଦଳର ବିଜୟ ପରେ କେର୍ ଷ୍ଟାର୍ମର ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ନିର୍ବାଚନରେ ପ୍ରଚାର ସମୟରେ କଠିନ ପରିଶ୍ରମ କରିଥିବା ଓ ଯୋଉଁ ମାନେ ଲୋବପାର୍ଟି ଉପରେ ବିଶ୍ବାସ ରଖି ଭୋଟ ଦେଇଛନ୍ତି ସେମାନଙ୍କୁ ଧନ୍ୟବାଦ ।