FeaturedGeneralLatest

ଶସ୍ତା ହେଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର

ନୂଆଦିଲ୍ଲୀ (ସଂକେତ ଟିଭି): ବ୍ୟବସାୟୀକ ବ୍ୟବହାର ନିମନ୍ତେ ଏଲପିଜି ଗ୍ୟାସ୍ ସିଲିଣ୍ଡର ଦର ହ୍ରାସ ହୋଇଛି । କମର୍ସିଆଲ ଏଲପିଜି ଗ୍ୟାସ୍ ସିଲିଣ୍ଡର ପିଛା ଦର ରବିବାର ୩୦ରୁ ୩୧ ଟଙ୍କା ଶସ୍ତା ହୋଇଯାଇଛି। ହେଲେ ଡୋମେଷ୍ଟିକ୍ ସିଲିଣ୍ଡର ପିଛା ଦର ଅପରିବର୍ତ୍ତିତ ରହିଛି।

କମର୍ସିଆଲ ଗ୍ୟାସ ସିଲିଣ୍ଡର ପିଛା ଦର ହ୍ରାସ ପରେ ଦିଲ୍ଲୀରେ ପ୍ରତି ୧୯ କେଜି ଏଲପିଜି ବଟଲ ଦର ୧,୬୪୬ ଟଙ୍କାରେ ମିଳୁଛି। ସେହିପରି ମୁମ୍ବାଇରେ ଏହି ଦର ୧,୫୯୮ ଟଙ୍କା ହୋଇଥିବା ବେଳେ କୋଲକାତାରେ ୧,୭୫୬ ଟଙ୍କା ଓ ଚେନ୍ନାଇରେ ୧,୮୦୯.୫୦ ପଇସାରେ ଉପଲବ୍ଧ ହେଉଛି। ତେବେ ଡେମେଷ୍ଟିକ୍ ଗ୍ୟାସ ସିଲିଣ୍ଡର ପିଛା ଦର ଦିଲ୍ଲୀରେ ୮୦୩ ଟଙ୍କା, ମୁମ୍ବାଇରେ ୮୦୨ ଟଙ୍କା, କୋଲକାତାରେ ୮୨୯ ଟଙ୍କା ଓ ଚେନ୍ନାଇରେ ୮୧୮ ଟଙ୍କା ଦରରେ ସ୍ଥିର ରହିଛି।