LatestNews

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର (ସଂକେତ ଟିଭି): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଦକ୍ଷିଣ ଆନ୍ଧ୍ର ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ବଢିବ। ଏହାର ପ୍ରଭାବରେ ସୋମବାର ଦିନ ମାଲକାନଗିରି, କୋରାପୁଟ୍ ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇପାରେ।

୯ ଓ ୧୦ ତାରିଖରେ ଅଳ୍ପ କିଛି ସ୍ଥାନରେ ବର୍ଷା ହେବ। ସେହିପରି ୧୧ ଓ ୧୨ ତାରିଖରେ ଅନେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି।

ଜୁନ୍ ପହିଲାରୁ ଏପର୍ଯ୍ୟନ୍ତ ରାଜ୍ୟରେ ହାରାହାରି ୧୯୮.୨ ମିମି ବର୍ଷା ହୋଇଛି। ସ୍ବାଭାବିକ ଠାରୁ ରାଜ୍ୟରେ ୨୫ % ବର୍ଷା ନିଅଣ୍ଟିଆ ହୋଇଛି। ଏବେବି ୧୮ ଜିଲ୍ଲାରେ ବର୍ଷା ପରିମାଣ ସ୍ବାଭାବିକ ଠାରୁ କମ୍ ରହିଛି। ବିଶେଷକରି ମୟୂରଭଞ୍ଜ ଓ ବାଲେଶ୍ବରର ସ୍ଥିତି ଖରାପ ରହିଛି।

ମୟୂରଭଞ୍ଜରେ ୬୧% ଓ ବାଲେଶ୍ୱରରେ ୬୦% ନିଅଣ୍ଟିଆ ରହିଛି ବର୍ଷା । ଭଦ୍ରକରେ ୪୫%, କେନ୍ଦୁଝରରେ ୪୨%, ପୁରୀରେ ୪୩%, ଯାଜପୁରରେ ୩୭%, କଳାହାଣ୍ଡିରେ ୩୭%, ନୂଆପଡ଼ାରେ ୩୬%, ବଲାଙ୍ଗୀରରେ ୩୩%, ଅନୁଗୁଳରେ ୩୧% ବର୍ଷା କମ୍ ହୋଇଛି । ଏସବୁ ଜିଲ୍ଲାରେ ଚାଷ କାର୍ଯ୍ୟ ଆଗେଇବାରେ ସମସ୍ୟା ଦେଖା ଦେଇଛି ।

କେବଳ ମାଲକାନଗିରି ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବାବେଳେ ନବରଙ୍ଗପୁର, କୋରାପୁଟ, କନ୍ଧମାଳ, ସୋନପୁର, ସମ୍ବଲପୁର, ଦେବଗଡ଼, ନୟାଗଡ଼, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଜିଲ୍ଲାରେ ବର୍ଷା ସ୍ୱାଭାବିକ ରହିଛି ।