FeaturedLatestNews

କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ବର (ସଂକେତ ଟିଭି): ପ୍ରଭୁ ଜଗନ୍ନାଥଙ୍କ ଭଜନକୁ କଦର୍ଥ କରି ଗାଇବା ଘଟଣାରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି।

ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ୍ସ କମିଶନ ସଂଘ ପକ୍ଷରୁ ଏହି ଏତଲା ଦିଆଯାଇଛି। ସଂଘ ଦୁହିଁଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଘୋଷଯାତ୍ରା ବେଳେ ଏଭଳି ଆଚରଣକୁ ନିନ୍ଦା କରାଯାଇଛି। ସାମାଜିକ ଗଣମାଧ୍ୟମରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଉଭୟ ହ୍ୟୁମାନ ସାଗର ଓ ରୁକୁ ସୁନା ଜଗନ୍ନାଥଙ୍କ ଭଜନକୁ ଅଶ୍ଳୀଳ ଭାବରେ ଗାଇବା ଶୁଣିବାକୁ ମିଳିଛି ।  ଏପରି କାର୍ଯ୍ୟ  ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ  ଆଘାତ ଦେଇଛି । କେବଳ ଏହି ଦୁଇଜଣଙ୍କ ବିରୋଧରେ ନୁହେଁ ଯେଉଁ ମାନେ ଏହି ଭିଡିଓରେ ଦେଖାଯାଉଛି ତାଙ୍କ ବିରୋଧରେ ମଧ୍ୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି । ଏହାସହ ଯେଉଁ ଷ୍ଟୁଡିଓରେ ଏହି ଗୀତ ରେକର୍ଡ ହୋଇଛି ତାହା ବିରୋଧରେ ମଧ୍ୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକ ରହିଛି ବୋଲି ଅଭିଯୋଗକାରୀ କହିଛନ୍ତି। ଏପରିକି ତାଙ୍କୁ ବ୍ୟାନ କରିବା ଦରକାର ବୋଲି ମଧ୍ୟ ଦାବୀ ହୋଇଛି ।