FeaturedGeneralLatestPolitics

ଆସ୍ଥା ଭୋଟରେ ବିଜୟୀ ହେଲେ ହେମନ୍ତ ସୋରେନ

ରାଞ୍ଚି (ସଂକେତ ଟିଭି): ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିଧାନସଭାରେ ବହୁମତର ପ୍ରମାଣ ଦେଇଛନ୍ତି । ସୋମବାର ଦିନ ଝାଡ଼ଖଣ୍ଡ ବିଧାନସଭାରେ ହୋଇଥିବା ଆସ୍ଥା ଭୋଟରେ ସେ ବିଜୟୀ ହୋଇଛନ୍ତି।

ସୂଚନା ଅନୁସାରେ, ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ହେମନ୍ତ ସୋରେନ ୪୫ ଜଣ ସଦସ୍ୟଙ୍କ ସମର୍ଥନ ସହ ଆସ୍ଥା ଭୋଟରେ ବିଜୟୀ ଲାଭ କରିଛନ୍ତି। ତାଙ୍କୁ ସମର୍ଥନ ଜଣାଇଥିବା ନେତାଙ୍କ ମଧ୍ୟରେ ଜେଏମଏମର ୨୭ ଜଣ, କଂଗ୍ରେସର ୧୭ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ଜଣେ ବିଧାୟକ ରହିଥିବା ଜଣାପଡିଛି।

ଜମି ଦୁର୍ନୀତି ମାମଲା ତଥା ଅର୍ଥ ହେରଫେର୍ ଅଭିଯୋଗରେ ଜାନୁଆରୀ ୩୧ରେ ଇଡି ତାଙ୍କୁ ଦିଲ୍ଲୀ ସ୍ଥିତ ବାସଭବନରୁ ଗିରଫ କରିଥିଲା। ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲ‌େ ଜୁଲାଇ ୩ରେ ଚମ୍ପାଇ ସୋରେନ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ହେମନ୍ତ ଜୁନ୍ ୨୮ ତାରିଖରେ ହାଇକୋର୍ଟରୁ ଜାମିନ ପାଇଥିଲେ । ଜୁଲାଇ ୪ରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।