FeaturedLatestSports

ଶ୍ରୀଲଙ୍କା କ୍ରିକେଟ୍ ଦଳର ହେଡ୍ କୋଚ୍ ହେବେ ସନଥ ଜୟସୁରିୟା

ନୂଆଦିଲ୍ଲୀ (ସଂକେତ ଟିଭି): ଶ୍ରୀଲଙ୍କାର ପୂର୍ବତନ ଓପନିଂ ବ୍ୟାଟର ସନଥ ଜୟସୁରିୟା ଶ୍ରୀଲଙ୍କା କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି । ସେ ଭାରତ ବିପକ୍ଷ ସିରିଜ୍ରୁ ନିଜର ଅଭିଯାନ ଆରମ୍ଭ କରି ପାରନ୍ତି।

ଜୟସୁରିୟା ସୋମବାର ଏହାର ସୂଚନା ଦେଇ କହିଛନ୍ତି ଯେ, ସେ ଶ୍ରୀଲଙ୍କା କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ହେବାକୁ ଯାଉଛନ୍ତି। ଟି-୨୦ ଲଙ୍କା ପ୍ରିମିୟର ଲିଗ୍(ଏଲପିଏଲ) ଜୁଲାଇ ୨୧ରେ ସମାପ୍ତ ହେବା ପରେ ଜୟସୁରିୟା ଶ୍ରୀଲଙ୍କା କ୍ରିକେଟ୍ ଦଲର ମୁଖ୍ୟ କୋଚ୍ ଦାୟିତ୍ଵ ଗ୍ରହଣ କରିବେ। ତେବେ ତାଙ୍କର କୋଚିଂ ଦାୟିତ୍ଵ ସ୍ଵଳ୍ପ ସମୟ ରହିଛି।

ଜୟସୁରିୟା ଏଏଫପି ସହ ଆଲୋଚନା ବେଳେ କହିଛନ୍ତି, ମୋତେ ଶ୍ରୀଲଙ୍କା କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଦାୟିତ୍ଵ ଗ୍ରହଣ କରିବାକୁ କୁହାଯାଇଛି। ଏହା ମୋ ପାଇଁ ଖୁସିର ବିଷୟ। ଟେଷ୍ଟ ଓ ଦିନିକିଆ ଫର୍ମାଟରେ ଶ୍ରୀଲଙ୍କାର ଅଧିନାୟକତ୍ଵ କରିଥିବା ଜୟସୁରିୟା ଜାତୀୟ ଚୟନକର୍ତ୍ତା ମଧ୍ୟ ରହି ସାରିଛନ୍ତି। ଆଗାମୀ ମାସରେ ଭାରତୀୟ ଦଳର ଶ୍ରୀଲଙ୍କା ଗସ୍ତ ରହିଛି। ତେଣୁ ଜୟସୁରିୟାଙ୍କ କୋଚ୍ ଭାବେ ଏହା ପ୍ରଥମ ସିରିଜ୍ ହୋଇପାରେ।

ଟି-୨୦ ବିଶ୍ଵକପ୍ ୨୦୨୪ରେ ନିରାଶଜନକ ପ୍ରଦର୍ଶନ ପରେ ଶ୍ରୀଲଙ୍କାର ମୁଖ୍ୟ କୋଚ୍ କ୍ରିସ ସିଲଭରଉଡ ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ୨୦୨୨ ଏପ୍ରିଲରେ ସିଲଭରଉଡ ଶ୍ରୀଲଙ୍କା କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ପଦ ସମ୍ଭାଳିଥିଲେ।