CrimeFeaturedLatestNews

ଫାୟାରିଂ କରି ୧୨ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ବାଲେଶ୍ବର (ସଂକେତ ଟିଭି): ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ୨ ରାଉଣ୍ଡ ଫାୟରିଂ କରି ୧୨ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ। ବାଲେଶ୍ୱର ଜିଲ୍ଲା ଖଇରା ଥାନା ବର୍ତ୍ତନା ବଜାରର ନିକଟରେ ଏଭଳି ଘଟଣା ଘଟିଛି ।

ସୂଚନା ଅନୁଯାୟୀ, କୁପାରୀ କୃପେଶ୍ୱର ପେଟ୍ରୋଲ ପମ୍ପ ର ଦୁଇ କର୍ମଚାରୀ ଅଜୟ ମହାପାତ୍ର ଓ ବିଷ୍ନୁପଦ ମହାପାତ୍ର ଏକ ବାଇକ ରେ ୧୨ ଲକ୍ଷ ଟଙ୍କା ନେଇ ବର୍ତନା ସ୍ଥିତ ଇଣ୍ଡିଆନ ବ୍ୟାଙ୍କ ରେ ଜମା କରିବା ଯାଉଥିବା ବେଳେ ବ୍ୟାଙ୍କ ଫାଟକ ନିକଟରେ ଦୁଇଟି ପଲସର ଗାଡି ରେ ଚାରି ଜଣ ଦୃବୁର୍ତ୍ତ ଟଙ୍କା ବ୍ୟାଗ କୁ ଛଡାଇ ଥିଲେ କିଛି ସମୟ ଧରି ଲୁଟେରା ଓ କର୍ମଚାରି ଙ୍କ ମଧ୍ୟ ରେ ଲଢେଇ ହୋଇଥିଲା ଶେଷରେ ଲୁଟେରା ମାନେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ପ୍ରଥମ ଟି ବିଷ୍ଣୁ ଙ୍କ କାନ୍ଧ ଦେଇ ପଳେଇ ଯାଇଥିବା ବେଳେ ଦ୍ୱିତୀୟ ଟି ବିଷ୍ଣୁ ଗୋଡ଼ ରେ ଆକ୍ରମଣ ବେଳେ ଗୁଳି ଟି ଗୋଡ଼ ରେ ବାଜିଥିଲା । ଲୁଟେରା ମାନେ ଟଙ୍କା ବ୍ୟାଗ ନେଇ ଆଗରପଡା ଆଡ଼କୁ ଫେରାର ହୋଇଯାଇଥିଲେ । ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ତନାଘନା ଆରମ୍ଭ କରିଛି।