BusinessFeaturedGeneralLatest

ନୂଆ ଉଚ୍ଚସ୍ତରରେ ପହଞ୍ଚିଲା ଭାରତୀୟ ଷ୍ଟକ ବଜାରର ସେନସେକ୍ସ ଓ ନିଫଟି

ମୁମ୍ବାଇ (ସଂକେତ ଟିଭି): ଭାରତୀୟ ଷ୍ଟକ ବଜାରରେ ଚମତ୍କାର ବୃଦ୍ଧି ଦେଖିବାକୁ ମିଳିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ସେନସେକ୍ସ ୮୦,୩୫୧.୬୪ ରେ ବନ୍ଦ ହୋଇଥିବାବେଳେ ନିଫ୍ଟି ଆଜି ୨୪,୪୩୩.୨୦ ରେ ବନ୍ଦ ହୋଇଛି। ବଜାର ବନ୍ଦ ହେବା ବେଳକୁ ନିଫ୍ଟିର ୫୦ଟି ଷ୍ଟକ ମଧ୍ୟରୁ ୩୨ଟିରେ ବୃଦ୍ଧି ପରିଲକ୍ଷିତ ହୋଇଥିବାବେଳେ ୧୮ଟିରେ ହ୍ରାସ ପରିଲକ୍ଷିତ ହୋଇଥିଲା।

ସେନସେକ୍ସ ୦.୪୯ ପ୍ରତିଶତ ବା ୩୯୧.୨୬ ପଏଣ୍ଟ ବୃଦ୍ଧି ହୋଇଛି। ବଜାର ବନ୍ଦ ହେବା ବେଳକୁ ସେନସେକ୍ସର ୩୦ଟି ଷ୍ଟକ ମଧ୍ୟରୁ ୧୮ଟିରେ ବୃଦ୍ଧି ପରିଲକ୍ଷିତ ହୋଇଥିବାବେଳେ ୧୨ଟିରେ ହ୍ରାସ ପରିଲକ୍ଷିତ ହୋଇଥିଲା। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ନିଫ୍ଟି ଆଜି ୦.୪୬ ପ୍ରତିଶତ ବା ୧୧୨ ପଏଣ୍ଟ ବୃଦ୍ଧି ହୋଇଛି।

ବିଏସଇ ତାଲିକାଭୁକ୍ତ ଷ୍ଟକଗୁଡ଼ିକର ବଜାର ପୁଞ୍ଜି ୪୫୧.୨୬ ଲକ୍ଷ କୋଟି ଟଙ୍କାରେ ବନ୍ଦ ହୋଇଛି, ଯାହା ପୂର୍ବ ଅଧିବେଶନରେ ୪୪୯.୭୧ ଲକ୍ଷ କୋଟି ଟଙ୍କା ଥିଲା। ନିବେଶକଙ୍କ ସମ୍ପତ୍ତିରେ ୧.୫୫ ଲକ୍ଷ କୋଟି ଟଙ୍କାର ବୃଦ୍ଧି ଘଟିଛି।

ନିଫ୍ଟି ଅଟୋରେ ସର୍ବୋଚ୍ଚ ବୃଦ୍ଧି ୨.୧୫ ପ୍ରତିଶତ ରେକର୍ଡ କରାଯାଇଛି। ନିଫ୍ଟି ଫାର୍ମା ୧.୫୬ ପ୍ରତିଶତ, ନିଫ୍ଟି ପିଏସୟୁ ବ୍ୟାଙ୍କ ୧.୨୩ ପ୍ରତିଶତ, ନିଫ୍ଟି ମେଟାଲ ୦.୦୮ ପ୍ରତିଶତ, ନିଫ୍ଟି ମିଡିଆ ୦.୩୧ ପ୍ରତିଶତ, ନିଫ୍ଟି ଏଫଏମସିଜି ୦.୯୪ ପ୍ରତିଶତ ବୃଦ୍ଧି ପାଇଛି ।