ଅଯୋଧ୍ୟାରେ ହାରିବା ପରେ ଜୟ ଶ୍ରୀ ରାମ କହୁ ନାହାନ୍ତି ମୋଦି : ସଞ୍ଜୟ ସିଂ
ନୂଆଦିଲ୍ଲୀ (ସଂକେତ ଟିଭି): ଅଯୋଧ୍ୟାରୁ ବିଜେପି ହାରି ଯିବାରୁ ଏବେ ପ୍ରଭୁ ଶ୍ରୀରାମଙ୍କ ଜପ କରିବା ବନ୍ଦ କରିଦେଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଜୟ ଶ୍ରୀ ରାମ କହୁ ନାହାଁନ୍ତି। ବର୍ତ୍ତମାନ ସେମାନେ ଜୟ ଜଗନ୍ନାଥ କହୁଛନ୍ତି। ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ସଞ୍ଜୟ ସିଂ ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପିକୁ ଟାର୍ଗେଟ କରି ଏହା କହିଛନ୍ତି।
ସେ କହିଛନ୍ତି ବିଜେପି ହିଂସାତ୍ମକ ଆଦର୍ଶ ସହ ଜଡିତ ଏକ ଦଳ। ଯେଉଁଠାରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଂସାତ୍ମକ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରନ୍ତି। ଯେଉଁ ଦେଶର ପ୍ରଧାନମନ୍ତ୍ରୀ ମୁଜରା ଭଳି ଶବ୍ଦ ବ୍ୟବହାର କରନ୍ତି, ଏହା ବ୍ୟତୀତ ମୋଗଲ, ମଦରସା, ମୁସଲମାନ ଏବଂ ଅନୁପ୍ରବେଶକାରୀ ଭଳି ଶବ୍ଦ ଖୋଲାଖୋଲି ଭାବେ ଦେଶରେ କହି ଘୃଣା ଓ ଆକ୍ରୋଶ ବଢାଇଛନ୍ତି।
ସେ କହିଛନ୍ତି, ମୁଁ ପଚାରିବାକୁ ଚାହେଁ, ହିନ୍ଦୁ ଧର୍ମରେ ହିଂସା ପାଇଁ ସ୍ବାଧୀନତା କେଉଁଠାରେ ଅଛି? ହିନ୍ଦୁ ଧର୍ମ କହିଛି ଯେ, ଧାର୍ମିକତା ଜିତିବା ଉଚିତ, ଅଧର୍ମ ନଷ୍ଟ ହେବା ଉଚିତ।
ସଞ୍ଜୟ ସିଂ କହିଛନ୍ତି , ବିଜେପି ଓ ମୋଦି ଏପର୍ଯ୍ୟନ୍ତ ପରାଜୟ ଶିଖିପାରି ନାହାଁନ୍ତି। ତେଣୁ ଅଯୋଧ୍ୟା, ସୁଲତାନପୁର, ପ୍ରତାପଗଡ, ପ୍ରୟାଗରାଜ, ଶ୍ରାବସ୍ତୀ, ଚିତ୍ରକୂଟ, ରାମପୁର, ସୀତାପୁର ଏବଂ ନାଶିକ ଲୋକ ସଭା ଆସନ ହାରିଛନ୍ତି। ପ୍ରଭୁ ଶ୍ରୀ ରାମ ଭାଜପାର ଉଦ୍ଦେଶ୍ୟକୁ ଚିହ୍ନି ସେମାନଙ୍କୁ ପରାସ୍ତ କରିଛନ୍ତି।
ବିଜେପି ନେତାମାନେ ଅଯୋଧ୍ୟାବାସୀଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ସେଥିପାଇଁ ସେମାନେ ଭୟଙ୍କର ଭାବେ ସେହି ଠୁ ପରାସ୍ତ ହୋଇଛନ୍ତି। ଆଉ ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଜୟ ଶ୍ରୀ ରାମ କହୁ ନାହାଁନ୍ତି। ବର୍ତ୍ତମାନ ସେମାନେ ଜୟ ଜଗନ୍ନାଥ କହୁଛନ୍ତି। ବର୍ତ୍ତମାନ ଏହି ଲୋକମାନେ ଭଗବାନ ଶ୍ରୀ ରାମଙ୍କ ଜୟ କହିବା ବନ୍ଦ କରି ଦେଇଛନ୍ତି, ସେମାନେ ଏପରି ସ୍ବାର୍ଥପର ଲୋକ ବୋଲି ସଂଜୟ ସିଂ କହିଛନ୍ତି।