ରାଜ୍ୟ କ୍ୟାବିନେଟ ବଢାଇଲା ସର୍ବନିମ୍ନ ମଜୁରୀ, ବିଜେଡି କହିଲା ପୂର୍ବରୁ ହିଁ ବଢିସାରିଥିଲା
ଭୁବନେଶ୍ବର (ସଂକେତ ଟିଭି): ରାଜ୍ୟ କ୍ୟାବିନେଟ ବୈଠକରେ ୫ଟି ପ୍ରସ୍ତାବରେ ମୋହର ବାଜିଛି। ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା । ରାଜ୍ୟରେ ସର୍ବନିମ୍ନ ମଜୁରୀ ୪୫୦ ଟଙ୍କା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
୧.ରାଜ୍ୟରେ ସର୍ବନିମ୍ନ ମଜୁରୀ ସଂଶୋଧନ ହୋଇଛି। ଅଣ କୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ମୁଖ୍ୟ କୁଶଳୀ ର ଦୈନିକ ମଜୁରୀ ୩୫୨ ଥିଲା ତାହା ୪୫୦ ଟଙ୍କାକୁ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି। କୁଶଳୀ ୫୦୦ ଟଙ୍କାକୁ ବୃଦ୍ଧି। ମୁଖ୍ୟ କୁଶଳୀ ୪୪୨ ଥିଲା ତାହା ୫୦୦କୁ ବୃଦ୍ଧି ହୋଇଛି। ଉଚ୍ଚ କୁଶଳୀ ୫୦୨ ଥିଲା ୬୦୦କୁ ବୃଦ୍ଧି ପାଇଛି।
୨.ଓଡ଼ିଆ ଭାଷା ସାହିତ୍ୟ ସଂସ୍କୁତି ବିଭାଗ ଅଧୀନ ରେ ଥିବା ଓଡ଼ିଆ ଅସ୍ମିତା କୁ ଉଜ୍ଜୀବିତ ପାଇଁ, ପ୍ରଚାର ପ୍ରସାର ପାଇଁ ଓଡ଼ିଆ ଅସ୍ମିତା ପାଇଁ କରଫୋସ ଫଣ୍ଡ ୨୦୦ କୋଟି ରଖାଯାଇଛି। ଓଡ଼ିଆ ଅସ୍ମିତା ଭବନ ନିର୍ମାଣ, ତାଳ ପାତ୍ର ପୋଥି ସଂଗ୍ରହ, କଳାକାର ଗୌରବ ନିଦ୍ଦି ଯୋଜନା, ଜାତୀୟ ବିଶ୍ୱ ବିଦ୍ୟାଳୟ ରେ ଓଡ଼ିଆ ଚେୟାର ପ୍ରତିଷ୍ଠା ପାଇଁ ସ୍ଥିର କରାଯାଇଛି। ଗାଇଡଲାଇନ ପାଇଁ ବିଭାଗକୁ ନିର୍ଦ୍ଧେଶ। ଏକ୍ସପଟଙ୍କୁ ନେଇ କମିଟି ଗଠନ ହେବ।
୩.ଗଣ ଶିକ୍ଷା ବିଭାଗର ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ଵିଜ୍ଞାପନ ପ୍ରକାଶ ହୋଇଥିଲା। ଉଚ୍ଚ ନ୍ୟାଳୟ ନିର୍ଦ୍ଧେଶ ଦେଇଥିଲେ। ଓଡ଼ିଶା ବିଦ୍ୟାଳୟ ୧୮ ହଜାର ୭୮୮ ପ୍ରାଥୀଙ୍କ ଚୟନ ଓ ନିଯୁକ୍ତି ପାଇଁ ନିର୍ଦ୍ଧେଶ |
୪.ଉଠା ଜଳ ସେଚନ ବିଭାଗ ପ୍ରକଳ୍ପର ୨ ହଜାର ୬୫ ଗୋଟି ଅଚଳ ପ୍ରକଳ୍ପକୁ ସଚଳ ହେବ। ୫ ବର୍ଷ ଭିତରେ ୧ ହଜାର ୪୪ କୋଟି ୮୪ ଲକ୍ଷ ବିନିଯୋଗ ହେବ ।
୫.ପିଏମ କିସାନ ରେ ବାଦ ପଡ଼ିଥିବା ହିତାଧିକାରୀଙ୍କୁ ମାର୍ଗଦର୍ଶି ଅନୁଯାଇ ହେବେ ସାମିଲ। ସମସ୍ତ କୃଷକ ପାରିବା ହେବେ ପିଏମ କିସାନରେ ସାମିଲ। S, M, L ଚାଷୀ ଓ ସହରାଞ୍ଚଳରେ ରହୁଥିବା ଚାଷୀ ଯୋଗ୍ୟ ବିବେଚିତ କୃଷକ ପିଏମ କିସାନରେ ସାମିଲ ହେବେ। ୫ ଲକ୍ଷରୁ ୬ ଲକ୍ଷ ପର୍ଯ୍ୟନ୍ତ ଚାଷୀ ଯୋଗ୍ୟ ଥିଲେ। କାଳିଆ ଯୋଜନା ଅନୁଯାଇ ଚାଷୀ ବଞ୍ଚିତ ହେଉଥିଲେ ତାହା ଉଠିଲା। ୬ ଲକ୍ଷ ଚାଷୀ ଏଥିରେ ଅନ୍ତର୍ଭୁକ୍ତ ହେବେ। ଆଗାମୀ କିସ୍ତିରେ ପାଇବେ।
ତେବେ ବିଜେଡି କହିଛି ଯେ ମଜୁରୀ ବୃଦ୍ଧି ନେଇ କ୍ୟାବିନେଟର ନିଷ୍ପତ୍ତି କେବଳ ଚଳିତ ବର୍ଷ ମାର୍ଚ୍ଚରେ ପ୍ରକାଶିତ ରାଜ୍ୟ ଶ୍ରମ ବିଭାଗର ବିଜ୍ଞପ୍ତିର ପୁନରାବୃତ୍ତି। ବରିଷ୍ଠ ବିଜେଡି ନେତା ସୁବାସ ସିଂ କହିଛନ୍ତି ଯେ ପୂର୍ବ ନବୀନ ପଟ୍ଟନାୟକ ସରକାର ମାର୍ଚ୍ଚରେ ସର୍ବନିମ୍ନ ମଜୁରୀ ହାରକୁ ବିଭିନ୍ନ ବର୍ଗରେ 100 ଟଙ୍କା ବୃଦ୍ଧି କରିଥିଲେ ଏବଂ ଏହାକୁ ଶ୍ରମ ବିଭାଗ ପକ୍ଷରୁ ସୂଚିତ କରାଯାଇଥିଲା।
“ବିଜେପି ସରକାର ବୋଧହୁଏ ଜାଣି ନାହାଁନ୍ତି ଯେ ବେତନ ବୃଦ୍ଧି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇସାରିଛି। ସରକାର ବୋଧହୁଏ ଚଳିତ ବର୍ଷ ରଥଯାତ୍ରାର ଅବ୍ୟବସ୍ଥା ରୁ ଓଡିଶାର ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚାହୁଁଛନ୍ତି। ଏହା ହାସ୍ୟାସ୍ପଦ ବୋଲି ସିଂ କହିଛନ୍ତି।