CrimeFeaturedLatestNews

ନକଲି ଜର୍ଦ୍ଦା କାରଖାନା ଠାବ; ୫୦ ଲକ୍ଷ ଟଙ୍କାର ନକଲି ଜର୍ଦ୍ଦା ଜବତ, ୨ ଗିରଫ

ଭଦ୍ରକ (ସଂକେତ ଟିଭି): ଭଦ୍ରକ ପୁରୁଣାବଜାର ଥାନା ହେଲାସାହିରୁ ଗୁରୁବାର ଏକ ନକଲି ଜର୍ଦ୍ଦା କାରଖାନା ଠାବ ହୋଇଛି । ନକଲି ଜର୍ଦ୍ଦା କାରଖାନାରୁ ପୋଲିସ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ନକଲି ଜର୍ଦ୍ଦା ଜବତ କରିଛି। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ତେବେ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବା ପୋଲିସ୍ କହିଛି।

ସୂଚନା ଅନୁସାରେ, ନକଲି ଜର୍ଦ୍ଦା ତିଆରି ନେଇ ଖବର ପାଇବା ପରେ ସିଟି ଡ଼ିଏସପି ଅଂଶୁମାନ ଦ୍ବିବେଦୀଙ୍କ ନେତୃତ୍ୱରେ ୩ଟି ଟିମ୍ ଗଠନ ହୋଇଥିଲା । ଏହି ଟିମ୍ ପୁରୁଣାବଜାର ଅଞ୍ଚଳର ହେଲାସାହି ଠାରେ ଚଢ଼ାଉ କରିଥିଲା । ଏକକାଳୀନ ୩ଟି ସ୍ଥାନରେ ରେଡ଼ ବେଳେ ବିପୁଳ ନକଲି ଜର୍ଦ୍ଦା ଜବତ କରିଛି । ନକଲି ଜର୍ଦ୍ଦା ସହ ବିଭିନ୍ନ କମ୍ପାନୀର ଲୋଗୋ, ମିକ୍ସଚର ମେସିନ, ଖାଲି ପାଉଚ, କେମିକାଲ ମଧ୍ୟ ଜବତ ହୋଇଛି । ଜବତ ନକଲି ଜର୍ଦ୍ଦାର ମୂଲ୍ୟ ୪୫ ଲକ୍ଷରୁ ୫୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଏହି ଘଟଣାରେ ଏସକେ ରବାନୀ ଓ ଏସକେ ଖାଲିକ ଗିରଫ ହୋଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ମୀର ଇନାମ ଫେରାର ହୋଇଯାଇଥିବା ପୋଲିସ କହିଛି ।