EducationFeaturedGeneralLatest

ଜୁଲାଇ ୧୮ ତାରିଖକୁ ଘୁଞ୍ଚିଲା NEET-UG ମାମଲାର ଶୁଣାଣି

ନୂଆଦିଲ୍ଲୀ (ସଂକେତ ଟିଭି): ସୁପ୍ରିମକୋର୍ଟରେ ନିଟ୍ ୟୁଜି ମାମଲାର ଶୁଣାଣି ଜୁଲାଇ ୧୮ ତାରିଖକୁ ଘୁଞ୍ଚିଛି । କିଛି ପ୍ରତିପକ୍ଷ ସତ୍ୟପାଠ ପାଇନଥିବାରୁ ଶୁଣାଣି ଘୁଞ୍ଚିଥିବା ଜଣାପଡ଼ିଛି। କେନ୍ଦ୍ର ଓ ନିଟ୍‌ ଦେଇଥିବା ସତ୍ୟପାଠ ପ୍ରତିପକ୍ଷ ପାଇନାହାନ୍ତି ।

ସୂଚନା ଅନୁସାରେ, ମେ ୫ରେ ଦେଶର ୪,୭୫୦ କେନ୍ଦ୍ରରେ ନିଟ-ୟୁଜି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରାୟ ୨୪ ଲକ୍ଷ ପ୍ରାର୍ଥୀ ହାଜର ହୋଇଥିଲେ। ଜୁନ୍ ୧୪ରେ ରେଜଲ୍ଟ ଘୋଷଣା ହେବା ନେଇ ଆଶା କରାଯାଉଥିଲା, କିନ୍ତୁ ମୂଲ୍ୟାୟନ ଶେଷ ହୋଇଯିବାରୁ ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇଥିଲା। ୬୭ ଜଣ ପରୀକ୍ଷାର୍ଥୀ ଫୁଲ୍ ମାର୍କ ରଖି ପାସ୍ ହେବା ପରେ ପ୍ରଶ୍ନପତ୍ର ଲିକ୍ ବିବାଦ ମୁଣ୍ଡ ଟେକିଥିଲା। ଏପରିକି ବାହାର ରାଜ୍ୟର କିଛି ଛାତ୍ରଛାତ୍ରୀ ଗୁଜରାଟର ନିର୍ଦ୍ଦିଷ୍ଟ ସେଣ୍ଟର ଚୟନ କରିବା ଏବଂ କିଛି ପିଲାଙ୍କୁ ଗ୍ରେସ୍ ମାର୍କ ମିଳିବାକୁ ନେଇ ବିରୋଧ ହୋଇଥିଲା। ଏହାପରେ ଏନଟିଏ ପକ୍ଷରୁ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦିଆ ଯାଇଥିଲା।