ଭାରତର ଭବିଷ୍ୟତ ଏବେ ଚାକିରି ପାଇଁ ଧକ୍କା ଖାଉଛି : ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ (ସଂକେତ ଟିଭି): ଆଜି ‘ଭାରତର ଭବିଷ୍ୟତ’ ଚାକିରି ପାଇଁ ଧକ୍କା ଖାଉଛି। କଂଗ୍ରେସ ଏମପି ତଥା ସଂସଦରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଦେଶରେ ବେକାରୀ ସମସ୍ୟାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରି ଏହା କହିଛନ୍ତି ।
ଗୁଜୁରାଟର ଭରୁଚ ଜିଲାରେ ଚାକିରି ସାକ୍ଷାତକାରରେ ଏକାଠି ହୋଇଥିବା ଜନତାଙ୍କୁ ନେଇ ରାହୁଲ ଗାନ୍ଧୀ ରାଜ୍ୟ ଭାଜପା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ‘ବେକାରୀ ରୋଗ’ ଦେଶରେ ମହାମାରୀର ରୂପେ ଗ୍ରହଣ କରିଛି ଏବଂ ଭାଜପା ଶାସିତ ରାଜ୍ୟ ଏହି ରୋଗର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ଆଜି ‘ଭାରତର ଭବିଷ୍ୟତ’ ଚାକିରି ପାଇଁ ଧକ୍କା ଖାଉଛି।
ରାହୁଲ ଗାନ୍ଧୀ ଟୁଇଟରରେ ଲେଖିଛନ୍ତି ଯେ ବେକାରୀ ରୋଗ ଦେଶରେ ମହାମାରୀ ରୂପେ ପରିଣତ ହୋଇଛି ଏବଂ ଭାଜପା ଶାସିତ ରାଜ୍ୟମାନେ ଏହି ରୋଗର କେନ୍ଦ୍ର ପାଲଟିଛନ୍ତି। ଏକ ସାଧାରଣ ଚାକିରି ପାଇଁ ଧାଡ଼ିରେ ଠିଆ ହୋଇଥିବା ‘ଭାରତର ଭବିଷ୍ୟତ’ ହେଉଛି ନରେନ୍ଦ୍ର ମୋଦିଙ୍କ ’ଅମୃତ କାଲ’ର ବାସ୍ତବତା।